Odiapua.com

ଅଜଣା ଗାଡ଼ି ଧକ୍କାରେ ଓଆଇଏସଏଫ ଯବାନ ମୃତ୍, ସାଥି ଗୁରୁତର

ହରିଚନ୍ଦନପୁର,ତା ୨୮ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ-ବ୍ରାହ୍ମଣୀପାଳ ମ‌ୁଖ୍ଯ ରାସ୍ତାର ସଉତୁଣୀ ନାଳ ନିକଟରେ ଶୁକ୍ରବାର ସନ୍ଧ୍ଯା ସମୟରେ ବାଇକ ସହ ଅଜଣା ଗାଡି ଧକ୍କା, ଜଣେ ଓଆଇଏସଏଫ୍ ଯବାନଙ୍କ ମୃତ୍ଯୁ ଘଟିଥିବା ବେଳେ ସାଙ୍ଗରେ ଥିବା ଅନ୍ୟ ଯବାନ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁଯାୟୀ ଉଭୟ ଯବାନ କୌଣସି କାମରେ ବ୍ରାହ୍ମଣୀପାଳ ଆସିଥିଲେ କାମ ସାରି ଦୈତାରୀ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତ ଯବାନ ଜଣଙ୍କ ରାମ ନାଏକ ଓ ଗୁରୁତର ଆହାତ ଯବାନ ଜଣଙ୍କ ସଞ୍ଜୟ ସାହା ବୋଲି ଜଣାପଡିଛି । ଏହି ରାସ୍ତାରେ ସହ ସହ ଡମ୍ଫର ଓ ହାଇଓ୍ବା ଚାଲୁଥିବା ବେଳେ କେଉଁ ଗାଡି ଦୁର୍ଘଟଣା ଘଟାଇଛି ତାହା ଏପର୍ଯ୍ଯନ୍ତ ଜଣାପଡିନାହିଁ । ଦୁର୍ଘଟଣା ଘଟିବାର ଦୈତାରୀ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ କଳିଙ୍ଗନଗର ଟାଟା ମେଡିକାଲରେ ଭର୍ତ୍ତି କରାଇଛନ୍ତି । ସେଠାରେ ଡାକ୍ତର ରାମ ନାଏକଙ୍କୁ ମୃତ ଘୋଷଣା କରିଥିବା ବେଳେ ସଞ୍ଜୟ ଚିକିତ୍ସିତ ଅଛନ୍ତି । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ମୃତକ ରାମଙ୍କ ଡିସେମ୍ବର ମାସରେ ବିବାହ ହୋଇଥାନ୍ତା । ଦୈତାରୀ ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।