ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅଧୀନ ବାଂଶଡା ସେତୁ ତଳ ରାସ୍ତାରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଜଣା ଗାଡି ଧକ୍କାରେ ବାଂଶଡା ପଂଚାୟତ ଅଧୀନ ବିଜିପୁର ଗ୍ରାମର ମାନସ କୁମାର ବିଶ୍ୱାଳ(୨୩)ନାମକ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ରାସ୍ତାରେ ଅନ୍ୟଜଣଙ୍କ ସହିତ ମାନସ କଥା ହେଉଥିବା ବେଳେ ହଠାତ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ କ୍ଷ ପରେ ତାଙ୍କୁ ଚିକିତ୍ସା ପାଇଁ ତିହିଡି଼ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ବାଂଶଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯୁବକଙ୍କ ମୃତଦେହକୁ ଜବତ କରିବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି ।