Odiapua.com

ଅଜଣା ଅଣ ଓଡିଆ ବ୍ୟକ୍ତିକୁ ଉଦ୍ଧାର କରି ପୁଲିସ ଜିମା ଦେଲେ ଗ୍ରାମବାସୀ

ଯାଜପୁର ୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆତ୍ମହତ୍ୟା ଉଦ୍ୟମ ଓ ତା ନିକଟକୁ ଯିଏ ଯିବ ତାକୁ କାଟିଦେବାକୁ ଅଭିନୟ କରୁଥିବା ଜଣେ ଅଜଣା ଅଣ ଓଡିଆ ଲୋକକୁ ଓଚିନ୍ଦା ଗ୍ରାମବାସୀ ଧରି ପୁଲିସ ଜିମା ଦେଇଛନ୍ତି। ପ୍ରକାଶଯେ ଓଚିନ୍ଦା ଗ୍ରାମର ଯୋଗିବାଗ ଖେଳ ପଡିଆ ନିକଟରେ ଆଜି ଅପରାହ୍ନରେ ବିଲ ମଝିରେ ଏକ ଅଜଣା ଲୋକକୁ ଦେଖି ତା ନିକଟୁ ଲୋକମାନେ ଯାଇଥିଲେ। ମାତ୍ର ତା ନିକଟକୁ ଗଲେ ସେ ଧରିଥିବା ଏକ ଦାଆ ଯୋଗେ ନିଜ ବେକ କାଟିବା ସହ ସମସ୍ତଙ୍କୁ କାଟି ଦେବାର ଅଭିନୟ କରିଥିଲା। ଫଳରେ କିଛଇ ଯୁବକ କୌଶଳ କ୍ରମେ ତାକୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ତାମିଲ ଭାଷାରେ କଥାବାର୍ତ୍ତା କରୁଥିବାରୁ ତାକଥା କେହି ବୁଝିପାରି ନଥିଲେ। ଫଳରେ ତାକୁ ଅଟକାଇ ପୁଲିସ ଜିମା ଦେଇଥିଲେ। ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଧରି ଆଣିବା ସହ ତା ସର୍ମ୍ପକରେ ତଦନ୍ତ ଜାରି ରଖିଛି।