Odiapua.com

ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ବଲାଙ୍ଗିର ୩୧-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗତ ରବିବାର ଦିନ ସନ୍ଧ୍ୟା ସମୟରେ ବଲାଙ୍ଗୀର- ପାଟଣାଗଡ଼ ରୋଡ଼ରେ ଚୁଡାପାଲି ଓ ହାରଡାଲ ଗ୍ରାମ ମଝିରେ ରାସ୍ତା କଡରେ ଏକ ଅଚିହ୍ନା ଶବ ଲୋକେ ଦେଖିବାକୁ ପାଇଛନ୍ତି ଏବଂ ପୁଲିସକୁ ଖବର ଦେଇଛନ୍ତି। ଉକ୍ତ ଯୁବକ କିଏ ଏବଂ କିଭଳି ତାଙ୍କର ମୃତ୍ୟୁ ହୋଇଛି, ସବିଶେଷ ବିବରଣୀ ଏପର୍ଯ୍ୟନ୍ତ କିଛି ମିଳିନି। ତେବେ ବର୍ତ୍ତମାନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।