Odiapua.com

ଅଙ୍ଗନବାଡି କର୍ମୀଙ୍କ ଭତ୍ତା ବୃଦ୍ଧିପାଇଁ ସଂସଦରେ ଆଲୋଚନା କରିବାକୁ ସାସଂଦଙ୍କୁ ଚିଠିଲେଖିଲା ସଂଘ

ହାଟଡ଼ିହି,୮/୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଅଙ୍ଗନବାଡି କର୍ମୀଙ୍କ ଭତ୍ତା ବୃଦ୍ଧି କରିବା ସହିତ ସେମାନଙ୍କୁ ସରକାରୀ ଶିକ୍ଷୟତ୍ରୀର ମାନ୍ୟତା ଦେବା ସମ୍ପର୍କରେ ସଂସଦରେ ଆଲୋଚନା କରିବାକୁ ଅଙ୍ଗନବାଡି ସଂଘ ପକ୍ଷରୁ ନିବେଦନ କରାଯାଇଛି । ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ତାରିଖରୁ ଆରମ୍ଭ ହେଉଥିବାରୁ ଲୋକସଭାରେ ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟତ୍ରୀ ମାନତ୍ୟା ସହିତ ଭତ୍ତା ବୃଦ୍ଧି କରିବା ସମ୍ପର୍କରେ ଉପସ୍ଥାପନ କରିବା ନେଇ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଚିଠିଲେଖି ନିବେଦନ କରିଛି ଓଡିଶା ଅଙ୍ଗନବାଡି କଲ୍ୟାଣ ପାଣ୍ଠି ସଂଘ । ଅଙ୍ଗନବାଡି କର୍ମୀମାନେ ବର୍ଷବର୍ଷ ଧରି ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତି କରଣ, ଗର୍ଭବତୀ, ପ୍ରସୁତ. ଶିଶୁ, କିଶୋରୀ, ବାଳିକାଙ୍କ ଯତ୍ନଠାରୁ ଆରମ୍ଭକରି ଟୀକାକରଣ ଭୋଟର ସଂଶୋଧନ, ଜନସଂଖ୍ୟା ନିୟନ୍ତ୍ରଣ, ଯକ୍ଷ୍ମା, ମ୍ୟାଲେରିଆ, କୁଷ୍ଠ, ଫାଇଲେରିଆ ସଂକ୍ରାମକ ରୋଗକୁ ନିୟନ୍ତ୍ରଣ କରି କରୋନା ଯୋଦ୍ଧା ଭାବେ ଜୀବନକୁ ବାଜି ଲଗାଇ ମହାମାରୀକୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି । ସରକାର ବେଳକୁ ବେଳ ବିଭିନ୍ନ ଯୋଜନା କରି ତାହାର କାର୍ଯ୍ୟକାରିତାକୁ ସଫଳତାର ର୍ଶର୍ଷରେ ପହଞ୍ଚାଇବାକୁ ଯୋଜନା ଗୁଡିକ ଅଙ୍ଗନବାଡି କର୍ମୀଙ୍କ ଉପରେ ଲଦି ଦେଉଛନ୍ତି । ଯୋଜନାର ସଫଳତା ନେଇ ସରକାର ସୁନାମ ଅର୍ଜନ କରିଚାଲିଥିବାବେଳେ ତାହାକୁ କାର୍ଯ୍ୟକାରୀ କରାଇବାରେ ମୁଖ୍ୟ ଭୁମିକା ଗ୍ର୍ରହଣ କରୁଥିବା ଅଙ୍ଗନବାଡି କର୍ମୀଙ୍କ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଉ ନାହାନ୍ତି । କର୍ମୀମାନଙ୍କୁ ସରକାରୀ କାର୍ଯ୍ୟରେ ନିୟୋଜିତ କରି ସରକାରୀ ମାନ୍ୟତା ନଦେବା, ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ ରଖିବା, ଅଙ୍ଗନବାଡି କର୍ମୀମାନେ ଅବସର ନେବାପରେ ସେମାନଙ୍କ ପାଇଁ ପେନସନ ଯୋଜନା ଲାଗୁ ନକରାଇବା, ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିଲେବି ଶିକ୍ଷୟତ୍ରୀ ମାନ୍ୟତା ନଦେବା ପରିତାପର ବିଷୟ ହୋଇଛି । ବର୍ତ୍ତମାନ ସମୟରେ ଏହି ମାହାଙ୍ଗା ଯୁଗରେ ସ୍ୱଳ୍ପ ପାରିଶ୍ରମିକରେ ଅଙ୍ଗନବାଡି କର୍ମୀମାନେ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି । ତେଣୁ ଆଗାମୀ ସଂସଦ ଅଧିବେଶନରେ ମାନ୍ୟବର କେନ୍ଦୁଝର ସାଂସଦ ଏ ସମ୍ପର୍କରେ ଅଙ୍ଗନବାଡି କର୍ମୀମାନଙ୍କ ଦାବିକୁ ଉତ୍‌ଥାପନ କରିବାକୁ ଓଡିଶା ଅଙ୍ଗନବାଡି କଲ୍ୟାଣପାଣ୍ଠି ସଂଘର ସଭାପତି ପ୍ରତିଭା ମଞ୍ଜରୀ ବେହେରା ଓ ସମ୍ପାଦିକା ତିଳୋତ୍ତମା ସାହୁ ନିବେଦନ କରିଛନ୍ତି ।