Odiapua.com

ଅଘୋଷିତ ବିଦ୍ୟୁତ କାଟ ନେଇ ଅସନ୍ତୋଷ

ନୟାଗଡ଼, ୮ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାରେ ଅଘୋଷତ ବିଦ୍ୟୁତ କାଟ ନେଇ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ଗତ୨୮ ତାରଖରୁ ଯୁକ୍ତ ଦୁଇ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଯାଇଥିବାବେଳେ ମାର୍ଚ୍ଚ ୭ତାରିଖରୁ ଥିଓରି ପରୀକ୍ଷା ଆରମ୍ଭ ହେବ। ସେହିପରି ମାଟ୍ରିକ ପରୀକ୍ଷା ଆଉ କେତେଟା ଦିନ ପରେ ଆରମ୍ଭ ହେବ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଜୋରଦାର ପ୍ରସ୍ତୁତି ଚଳାଇଥିବାବେଳେ ବିଦ୍ୟୁତ କାଟ ସେମାନଙ୍କ ମନରେ ଅଶାନ୍ତି ସୃଷ୍ଟି କରିଛି। ପାଠପଢା ପିଲାମାନେ ବିଦ୍ୟୁତ କାଟ ଯୋଗୁଁ ପାଠ ପଢିବା ସମ୍ଭବ ହୋଇପାରୁନାହିଁ। ବିଦ୍ୟୁତ କାଟର ସମୟ ନିର୍ଘଂଟ ସେମିତି କିଛି ନଥିବାବେଳେ ମନଇଛା ବିଦ୍ୟୁତ କାଟ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ବ୍ୟାହାତ ହେଉଥିବା ଦେଖାଦେଇଛି। ଏପରିକି ବିଦ୍ୟୁତ ବିଭାଗ ବିନା କାରଣରେ ବାରମ୍ବାର ବିଦ୍ୟୁ କାଟୁଥିବା ଯୋଗୁଁ ଶ୍ରମିକ, ମିସ୍ତ୍ରୀ ସେମାନଙ୍କର ଦୈନଦିନ କାର୍ଯ୍ୟ ଠିକ୍ କରିପାରୁନାହାନ୍ତି। ବିଦ୍ୟୁତ ବିଭାଗର ମନଇଛା ବିଦ୍ୟୁତ କାଟ ଯୋଗୁଁ ଜନ ଅସନ୍ତୋଷ ଜୋର ଧରିଥିବାବେଳେ ବିଦ୍ୟୁତ ବିଭାଗ କିନ୍ତୁ ସମସ୍ୟାର ସମାଧାନ ନକରି ମନଇଛା ବିଦ୍ୟୁତ କାଟ ଚଳାଇଛନ୍ତି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ ଆସିଥିବାରୁ ସେମାନଙ୍କର ସ୍ୱାର୍ଥକୁ ଆଖି ଆଗରେ ବିଦ୍ୟୁତ ବିଭାଗ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସବୁ ମହଲରୁ ଦାବି ହେଉଛି।