Odiapua.com

ଅଗ୍ନିଶମ ବିଭାଗ ଦ୍ୱାର ପୋଖରୀରୁ ହରିଣ ଉଦ୍ଧାର

ଘଟଗାଁ, ୨୬/୦୨(ଓଡିଆପୁଅ/ଭବାନୀ ପ୍ରସାଦ)- ଘଟଗାଁ ଅଗ୍ନିଶମ ବିଭାଗ ଦ୍ୱାରା ଏକ ହରିଣ ଉଦ୍ଧାର କରାଯିବା ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଛି। ଆଜି ସକାଳୁ ଅଟେଇ ସଂରକ୍ଷିତ ଜଙ୍ଗଲରୁ କୁକୁର ଗୋଡାଇବା କାରଣରୁ ଜିବନ ବଚଂଇବା ପାଇଁ ହରିଣଟି ଘଟଗାଁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପାଖରେ ଥିବା ଏକ ପୋଖରୀ ପସିଯାଇଥିଲା। ଅଗ୍ନିଶମ କର୍ମଚାରୀ ମାନେ ହରିଣଟିକୁ କୁକୁର କବଳରୁ ରକ୍ଷା କରିବା ସହ ପୋଖରୀରୁ ଉଦ୍ଧାର କରି ବନବିଭଗକୁ ହସ୍ତାନ୍ତର କରିଛନ୍ତି। ତେବେ ହରିଣଟି ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ ବନବିଭାଗ ତାକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଛି।