Odiapua.com

ଅଗ୍ନିଶମ ବିଭାଗ ପକ୍ଷରୁ ଷଡଙ୍ଗ ଗାଁକୁ ବିଶୋଧନ କରାଗଲା

ହାଟଡିହି ୮ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ ) ଷଡଙ୍ଗ ଗ୍ରାମରେ ଗତ କିଛିଦିନ ହେଲା ଲଗାତାର ଭାବେ କରୋନା ପଜେଟିଭ ଚିହ୍ନଟ ହେଉଥିବାବେଳେ ପ୍ରଶାସନ ପକ୍ଷରୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରଘର ବୁଲି ସର୍ଭେ କାମ ଜାରି ରହିଥବବାବେଳେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସମ୍ପୁର୍ଣ୍ଣ ଗାଁକୁ ବିଶୋଧନ କରାଯାଇଛି । ବିଶେଷକରି ଆକ୍ରାନ୍ତଙ୍କ ଘରଗୁଡିକୁ ଅôଦକ ବିଶୋଧନ କରାଯାଇଛି । ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ପିଇଓ ପିଇଓ ମଧୁସ୍ମିତା ମହାନ୍ତି, ଜିଆରଏସ ଗଣେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବାବେଳେ ଅଙ୍ଗନବାଡି କର୍ମୀ ମିନତୀ ରାଉତ, ଆଶା କର୍ମୀ ରଶ୍ମୀରେଖା ଦାସ, ମହିଳା ସ୍ୱାସ୍ଥ୍ୟକର୍ମୀ ଶାନ୍ତିଲତା ଜେନା, ରୀଚା ଦାସ ପ୍ରମୁଖ ସର୍ଭେକାମ କରୁଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତକାଲି ଷଡଙ୍ଗରେ ୧୬ଜଣ ସ୍ଥାନୀୟ ସଂକ୍ରମିତ ବାହାରିବା ପରେ ଷଡଙ୍ଗ ପ୍ରଶାସନ ପକ୍ଷରୁ ଷଡଙ୍ଗ ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ପଞ୍ଚାୟତ ପକ୍ଷରୁ ମଧ୍ୟ ସମଗ୍ର ପଞ୍ଚାୟତକୁ ୫ଦିନିଆ ସର୍ଟଡାଉନ ଘୋଷଣା କରାଯାଇଛି ।