Odiapua.com

ଅଗ୍ନିଶମ ବିଭାଗ ପକ୍ଷରୁ ଓରାଳି ଗ୍ରାମ ବିଶୋଧନ

ହାଟଡିହି- ୧୮ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଗ୍ରାମରେ ୩୦ରୁ ଉର୍ଦ୍ଧ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ଓ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଗାଁକୁ ବିଶୋଧନ କରାଯାଇଛି । ଗାଁକୁ ବିଶୋଧନ କରିବା ଦାବି ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ହାଟଡିହି ଅଗ୍ନିଶମ କେନ୍ଦ୍ର ଅଧିକାରୀ ସୂର୍ଯ୍ୟମଣୀ ନାୟକଙ୍କ ନିର୍ଦ୍ଦେଶରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଓରାଳି ଗ୍ରାମରେ ପହଞ୍ଚି କରୋନା ସଂକ୍ରମିତ ବିଭିନ୍ନ ସାହିକୁ ବିଶୋଧନ କରିଛନ୍ତି । ଏହାକୁନେଇ ଗ୍ରାମବାସୀମାନେ ଖୁସି ବ୍ୟକ୍ତ କରିବା ସହ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।