Odiapua.com

ଅଗ୍ନିଶମ ବାହିନୀ ପକ୍ଷରୁ ମକ୍‌ଡ୍ରିଲ

ନୟାଗଡ଼, ୨୦ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଅ୍‌ଗ୍ନିଶମ ବାହିନୀ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଫାୟାର ଅଫିସର ଠାକୁର ପ୍ରସାଦ ଦଳାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମକଡ୍ରିଲରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ନିଜକୁ ସୁରକ୍ଷା କରାଯାଇପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ଜିଲା କଲ୍ୟାଣ ଅଧିକାରୀ ଭୋଳେଶ୍ୱର କଅଁର ପ୍ରମୁଖ ଯୋଗଦେଇଥିଲେ।