Odiapua.com

ଅଗ୍ନିବେଶଙ୍କୁ ମାଡ଼ କ’ଣ ସ୍ୱାଭାବିକ ?

– ଦେବଦତ୍ତ ରଥ

ଅଗ୍ନିବେଶଙ୍କୁ ଝାରଖଣ୍ଡରେ ମାଡ଼ ହେଇଛି।ମୋଦୀଙ୍କ ବିରୋଧରେ କହିବା ଯୋଗୁଁ ତାଙ୍କୁ ବିଜେପି ଯୁବ ମୋର୍ଚ୍ଚା ଏବଂ କିଛି ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତାମାନେ ମାଡ଼ ମାରିଥିବା ଅଭିଯୋଗ ହେଉଛି।ଝାରଖଣ୍ଡରେ ପାହାଡ଼ିଆ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ଭାଷଣ ଦେବା ପାଇଁ ଯିବା ଭିତରେ ତାଙ୍କୁ ଏପରି ଆକ୍ରମଣ ହୋଇଥିବା କୁହାଯାଉଛି। ହିନ୍ଦୁବାଦୀ ସଙ୍ଗଠନ ଏବଂ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି,ପୋଷାକ ଚିରି ଦେଇଛନ୍ତି।

ଏହାକୁ ନେଇ କେତକ ମହଲରେ ନିନ୍ଦା କରାଯାଉଛି।ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କର ଏହା ଗୁଣ୍ଡାଗର୍ଦ୍ଦି ବୋଲି କୁହାଯାଉଛି। ବାମପନ୍ଥୀ/କମ୍ୟୁନିଷ୍ଟ ଦଳମାନେ ଅଗ୍ନିବେଶଙ୍କ ସପକ୍ଷରେ ଅଧିକ ବାହାରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି ଜଣେ ଗୈରିକ ପୋଷାକଧାରୀ, ସ୍ୱାମୀଜୀ ବୋଲାଉଥିବା ଅଗ୍ନିବେଶଙ୍କୁ ବିଜେପି ବା ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କର ଏପରି ଆକ୍ରମଣ କାହିଁକି?କ’ଣ ମୋଦୀଙ୍କ ବିରୋଧରେ କହିଦେଲେ ବିଜେପି ଏପରି ଗୁଣ୍ଡାଗିରୀ କରି ଆକ୍ରମଣ କରିବ? ଏହା କ’ଣ ଅସହିଷ୍ଣୁତା ନୁହଁ? ଅଭିବ୍ୟକ୍ତି ଆଜାଦି ଉପରେ ଆକ୍ରମଣ ନୁହଁ?

ବାସ୍ତବରେ ଘଟଣା ସେୟା ନୁହେଁ। ଅଗ୍ନିବେଶ ଯେ କେବଳ ମୋଦୀଙ୍କ ବିରୋଧରେ କହିବାରୁ ତାଙ୍କୁ ଆକ୍ରମଣ ହୋଇଛି ଏପରି ନୁହେଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ସବୁ ସ୍ପଷ୍ଟ ଜଣାପଡ଼ି ଯାଉଛି। ଅଭିବ୍ୟକ୍ତି ଆଜାଦି ନାମରେ ଅଗ୍ନିବେଶ ଯେ କେବଳ ମୋଦିଙ୍କୁ ବିରୋଧ କରି କହି ନାହାଁନ୍ତି। ସେ ଅନ୍ଧ ବିଶ୍ୱାସକୁ ବିରୋଧ କରିବା ନାମରେ ହିନ୍ଦୁ ଧର୍ମ ବିରୋଧରେ କହିଛନ୍ତି। ହିନ୍ଦୁ ଧର୍ମ, ପରମ୍ପରାକୁ ତାତ୍ସଲ୍ୟ କରି କହିଛନ୍ତି।ଭାଇରାଲ ହେଉଥିବା ଭିଡିଓଟିରେ ଅଗ୍ନିବେଶ ମୋଦୀଙ୍କ ନେପାଳ, ବାଂଲାଦେଶ ଆଦି ଗସ୍ତ ସମୟରେ ମନ୍ଦିରକୁ ଯାଇ ପୂଜା କରିବାକୁ ସେ ତାତ୍ସଲ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପଶୁପତି ନାଥ ମନ୍ଦିର ଏବଂ ଢାକାର ଢାକେଶ୍ୱରି ମନ୍ଦିର ଯିବାକୁ ସେ ସମାଲୋଚନା କରି କହିଛନ୍ତି ଏହା ଦେଶର ସମ୍ବିଧାନର ପରିପନ୍ଥୀ। ଏହା ବାଦେ ଭିଡିଓରେ ଅଗ୍ନିବେଶ କହୁଛନ୍ତି ତିରୁପତି, ପଶୁପତିନାଥ ଆଦି ମନ୍ଦିର ହେଉଛି ସବୁ ମିଛ ଏବଂ ଅନ୍ଧବିଶ୍ୱାସର ପ୍ରତୀକ। ଅଗ୍ନିବେଶ କହୁଛନ୍ତି କି ଅମରନାଥ ଯାତ୍ରାର କିଛି ଆବଶ୍ୟକତା ନାହିଁ ଏହାକୁ ବନ୍ଦ କରିବା ଦରକାର। ବରଫ ଜମା ହୋଇ ଶିବଲିଙ୍ଗ ଆକୃତି ନେବା ଏକ ସାଧାରଣ କଥା। ଯାହାକୁ ଲୋକ ଭଗବାନ ବୋଲି କହୁଛନ୍ତି ଅମରନାଥ ଯାତ୍ରାରେ ସରକାରଙ୍କର ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି ଯାହାର କୌଣସି ଯଥାର୍ଥତା ନାହିଁ। କୁମ୍ଭମେଳାକୁ ବି ଅଗ୍ନିବେଶ ଛାଡ଼ି ନାହାଁନ୍ତି। ଏହା ଅନ୍ୟବଶ୍ୟକ କହିବା ସହ ଗଙ୍ଗାରେ ବୁଡ଼ ପକାଇଲେ ପାପ ଧୋଇବନି, ଗଙ୍ଗାରେ ବୁଡ଼ ପକେଇବାକୁ ଗନ୍ଧିଆ ନାଳରେ ବୁଡ଼ ପକେଇବା ବୋଲି କହିଛନ୍ତି ଅଗ୍ନିବେଶ।

ଭାଇରାଲ ହେଉଥିବା ଭିଡିଓଟିରେ ଅଗ୍ନିବେଶ ଯେପରି କହିଛନ୍ତି ଏହା ଆଦୌ ଅନ୍ଧବିଶ୍ୱାସ ବିରୋଧରେ ସଚେତନ ପାଇଁ ନୁହେଁ ବରଂ ହିନ୍ଦୁ ଧର୍ମ ପରମ୍ପରାକୁ ବିରୋଧ, ଅପହାସ, ତାତ୍ସଲ୍ୟ କରିଲା ପରି କହିବା ପରି ଜଣାପଡ଼ୁଛି। ଅନ୍ଧବିଶ୍ୱାସ ବିରୋଧରେ କହୁଥିଲେ ସେ ଅନ୍ୟାନ୍ୟ ଧର୍ମର ଉଦାହରଣ ମଧ୍ୟ ଦେଇ ପାରିଥାଆନ୍ତେ। କିନ୍ତୁ ସେ କେବଳ ହିନ୍ଦୁ ଧର୍ମକୁ ଟାର୍ଗେଟ କରିଛନ୍ତି। ହିନ୍ଦୁ ଧର୍ମର ଏକ ପ୍ରକାର ମଜାକ ଉଡ଼ାଇଛନ୍ତି। ଏବଂ ହିନ୍ଦୁ ଧର୍ମାଲମ୍ବୀଙ୍କୁ ଉସୁକାଇଛନ୍ତି। ଅଗ୍ନିବେଶ ପୂର୍ବରୁ ମଧ୍ୟ ଲଗାତାର ଭାବରେ ହିନ୍ଦୁ ଧର୍ମ, ପରମ୍ପରା ତଥା ଦେବାଦେବୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବାର ଅନେକ ଉଦାହରଣ ରହିଛି। ଅଗ୍ନିବେଶ ନିର୍ଦ୍ଦିଷ୍ଟ ଭାବରେ ହିନ୍ଦୁ ଧର୍ମକୁ କଟାକ୍ଷ କରି ନିଜେ ଏପରି ଆକ୍ରମଣକୁ ଆମନ୍ତ୍ରିତ କଲାପରି ଜଣାପଡ଼ୁଛି। ଆଇନ ନିଜ ହାତକୁ ନେବା ଭୁଲ, କିନ୍ତୁ ଘଟଣା ସବୁରୁ ଅଗ୍ନିବେଶଙ୍କୁ ଏପରି ମାଡ଼ ସ୍ୱାଭାବିକ ବୋଲି ଅନୁଭବ ହେଉଛି।

(ସଭ୍ୟ ସମାଜରେ ହିଂସାତ୍ମକ ଆଚରଣ ଗ୍ରହଣୀୟ ନୁହେଁ)
(ଲେଖକଙ୍କ ନିଜସ୍ୱ ମତ)