Odiapua.com

ଅଗ୍ନିବିପନ୍ନ ପରିବାରକୁ କଂଗ୍ରେସ ପକ୍ଷରୁ ସହାୟତା

ଭଦ୍ରକ, ୨୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଗ୍ରାମାଞ୍ଚଳ ଥାନା ବଙ୍ଗାଳିସାହିରେ ଗତ ଶନିବାର ସକାଳେ ଗ୍ୟାସପାଇପ ଲିକ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟି ୮ ବଖରା ଗୃହ ଜଳିପୋଡ଼ି ସମ୍ପୂର୍ଣ୍ଣ ଭସ୍ମିଭୂତ ହୋଇଯାଇଥିଲା। ବିପନ୍ନ ପରିବାର ଗୁଡ଼ିକ ୩ଦିନ ଧରି ଲଗାଣ ବର୍ଷାରେ ସର୍ବସ୍ୱ ହରାଇ ବହୁ ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି। ପ୍ରଶାସନ ପକ୍ଷରୁ କେବଳ ୪ ଗୋଟି ପଲିଥିନ ଯୋଗାଇ ଦିଆଯାଇଛି। ଅନ୍ୟ ପକ୍ଷରେ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଙ୍ଗଠନ ପକ୍ଷରୁ ସହାୟତାର ହାତ ବଢା ଯାଇଛି। ଖବର ପାଇ ଆଜି ସନ୍ଧ୍ୟାରେ ଭଦ୍ରକ ଜିଲ୍ଲାର ଯୁବ କଂଗ୍ରେସ ନେତା ରାଜକିଶୋର ପଣ୍ଡାଙ୍କ ତତ୍ୱାବଧାନରେ ଆକାଶ ପାତ୍ର, ରାଜେଶ ଜେନା, ସୁରଜ ରାଉତ, ସୁନୀଲ ସେଠୀ, ଜଗା ଜେନା, ଦିଲୁ ଜେନା, ସୁଦାମ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହିତ ୫ ଗୋଟି ପରିବାରକୁ ଆର୍ଥିକ ସହାୟତା ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି। ସେହିପରି କେନ୍ଦୁଆପଦା ହ୍ୟାପିକ୍ଲବ ପକ୍ଷରୁ ବିପନ୍ନ ପରିବାରକୁ ୧୫ ଦିନର ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି। କ୍ଲବ ସଭାପତି ଅନନ୍ତ ନାରାୟଣ ପାଇକରାୟ, ସମ୍ପାଦକ ସତ୍ୟବ୍ରତ ଜେନା, ସୌମ୍ୟରଞ୍ଜନ କର, ଶେଷଦେବ ମଲ୍ଲିକ, ଭୀମସେନ ଜେନା, ପ୍ରିୟବ୍ରତ ରାଉତ, ମୁକ୍ତିକାନ୍ତ ରାଉତ, ସଞ୍ଜୟ ବେହେରା, ସୁବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତୁରନ୍ତ ବିପନ୍ନ ପରିବାରକୁ ସରକାରୀ ଗୃହ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।