Odiapua.com

ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ କଲେ ବିଧାୟକ

ଗତକାଲି ରାତିରେ ହାଟଡ଼ିହି ବ୍ଲକ ଡିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଲିକ ହୋଇ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ସର୍ବସ୍ୱାନ୍ତ ହୋଇଥିବା ବେଳେ ଆଜି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ବିଧାୟକ ଶ୍ରୀ ସେଠୀ ଉକ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଶାଢ଼ୀ, ଲୁଙ୍ଗି, ତଉଲିଆ, ବିସ୍କୁଟ,ସାବୁନ, ମାସ୍କ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କିପରି ବିପନ୍ନ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇ ଦେଇହେବ ସେନେଇ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ସହିତ ସରପଞ୍ଚଙ୍କ ପ୍ରତିନିଧି ଅମୂଲ୍ୟ ହାତୀ, ପରେସ ଚକ୍ର, ସୁଧାକର ଓଝା, ବାବୁଲି ପଟ୍ଟନାୟକ, ଚିନ୍ମୟ ନାୟକ, ପ୍ରଦୀପ ଜେନା, ଚିକୁ ସେନାପତି, ଅଭିମନ୍ୟୁ ରାଉଳ, ରାମଚନ୍ଦ୍ର ବେହେରା, ସୁଦର୍ଶନ ମଲ୍ଲିକଙ୍କ ସମେତ ବହୁ ଗ୍ରାମବାସି ଉପସ୍ଥିତ ଥିଲେ।