Odiapua.com

ଅଗ୍ନିବିପନ୍ନଙ୍କୁ ବିଜେପି ପକ୍ଷରୁ ସହାୟତା

ହାଟଡିହି, ୭ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମରେ ଗତ ୪ତାରିଖ ବିଳମ୍ବିତ ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର ବିପନ୍ନ ମାନଙ୍କୁ ଆଜି ବିଜେପି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଆଜି ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଜଗତ ଜୀବନ ଦେବତା, ନିତଞାନନ୍ଦ ବେହେରା, ରାଜକିଶୋର ଜେନା, ନିରାକାର ଓଝା, ପ୍ରମୋଦ ଧଳ, ବାବୁଲି ଜେନା, ରଘୁ ସା, ଅଶୋକ ପାତ୍ର, ଆତିଶ ବରାଳ, କେଶବ ବେହେରା ପ୍ରମୁଖ ପନ୍ଦାଡୋ ଗ୍ରାମକୁ ଯାଇ ବିପନ୍ନ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ପ୍ରତି ସମବେଦନା ଜଣାଇବା ସହିତ ବିପନ୍ନଙ୍କୁ ଚୁଡା, ଚିନି, ବିସ୍କୁଟ, ଦିଆସିଲି, ମହମବତୀ, ତାରପିଲିନ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥିଲେ । ବିପନ୍ନ ପରିବାରଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଇ ସରକାରୀ ସହାୟତା ଯୋଗାଇ ଦେବାକୁ ଶ୍ରୀ ସେଠୀ ଦାବି କରିଛନ୍ତି ।