Odiapua.com

“ଅଗ୍ନିପଥ ଯୋଜନା” ଦେଶର ଯୁବକ ମାନଙ୍କର ସ୍ୱପ୍ନକୁ ଧୂଳିସାତ୍ କରିଛି- ସୁରେଶ କୁମାର ରାଉତରାୟ, ବିଧାୟକ

ଭୁବନେଶ୍ୱର ୨୮.୬ (ଓଡ଼ିଆ ପୁଅ) – ମୋଦି ସରକାରଙ୍କ “ଅଗ୍ନିପଥ ଯୋଜନା” ର ପ୍ରତ୍ୟାହାର ଦାବିରେ ଜଟଣୀ ଠାରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏକ ସତ୍ୟାଗ୍ରହ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉତରାୟ କହିଲେ ଯେ ସୈନଢବାହିନୀରେ ଯୋଗଦେଇ ଦେଶପାଇଁ ଜୀବନ ଦେବାକୁ ସ୍ୱପ୍ନ ଦେଖିଥିବା ଯୁବକ ମାନଙ୍କର ସ୍ୱପ୍ନକୁ ମୋଦି ଅଗ୍ନିପଥ ଯୋଜନା ମାଧ୍ୟମରେ ଭଙ୍ଗ କରିଛନ୍ତି। ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତଶ୍ରୁତି ଏବେ ୪ ବର୍ଷିଆ ନିଯୁକ୍ତି ସୃଷ୍ଟିକରି ସେନାବାହିନୀକୁ ଦୁର୍ବଳ କରିବାକୁ ଚକ୍ରାନ୍ତ କରିଛନ୍ତି। ସେନାବାହିନୀରେ ଠିକା ନିଯୁକ୍ତିକୁ ଦେଶବାସୀ ଗ୍ରହଣ କରିପାରୁ ନାହାନ୍ତି। ୪ ବର୍ଷରେ ୬ ମାସ ଟ୍ରେନିଂ ଯାହା ସଠିକ ଭାବେ କର୍ତବ୍ୟ କରିବା ପାଇଁ ଉପଯୁକ୍ତ ନୁହେଁ। ମୋଦିଙ୍କର ଏହି ନିକୃଷ୍ଠ ନିଯୁକ୍ତି ସପକ୍ଷରେ ରାମଦେବ ଠାରୁ କେତେକ ମୋଦି ସପକ୍ଷବାଦୀ କମ୍ପାନୀ ପଚାର ଚଳାଇଛନ୍ତି। ମୋଦିଙ୍କର ଏହି “ଅଗ୍ନିପଥ“ ଯୋଜନାର ଦୃଢ଼ ପ୍ରତିବାଦ କରାଯିବ।

ଏହି କାର୍ଯ୍ୟକ୍ରମରେ ମନ୍ମଥ ରାଉତରାୟ, ଧନେଶ୍ୱର ରାଉତରାୟ, ଚାଲୁ ମଙ୍ଗରାଜ, ଫୁପୁ ପଟ୍ଟନାୟକ, ମଂଟୁ ସ୍ୱାଇଁ, ପିଂଟୁ ମହାରଥି, ଦିବାକର ବେହେରା, ନୈସରୀ ଅଲ୍ଲି, ସୁନୀଲ ରାଉତରାୟ, କଳିଙ୍ଗ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।