Odiapua.com

ଅଗ୍ନିପଥ ଯୋଜନାକୁ ବିରୋଧ : ହରିୟାଣାର ପଲୱଲରେ ରାଜପଥ ଅବରୋଧ,

ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ଅଗ୍ନିପଥ ଯୋଜନାକୁ ବିରୋଧ କରି ହରିୟାଣାର ପଲୱଲରେ ରାଜପଥ ଅବରୋଧ କରିଛନ୍ତି ଯୁବକ ଆନ୍ଦୋଳନକାରୀମାନେ। ପଲବଲରେ ପଥର ପୋପାଡ଼ିବା ଏବଂ ପୋଲିସ୍ ଗାଡିକୁ ମଧ୍ୟ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଜାତୀୟ ରାଜପଥ ୧୯ ରେ ଥିବା ଆଗ୍ରା ଚୌକ୍ କୁ ଅବରୋଧ କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟଯେ, ଗୁରୁବାର ଦିନ ଶତାଧିକ ଯୁବକ ହରିୟାଣାର ଗୁରୁଗ୍ରାମ, ରେୱାଡ଼ୀ ଏବଂ ପଲୱାଲରେ ରାଜରାସ୍ତାକୁ ଅବରୋଧ କରିବା ସହ ଅଗ୍ନିପଥ ଯୋଜନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି।

ଏହି ଆନ୍ଦୋଳନ କାରଣରୁ କେତେକ ସ୍ଥାନରେ ପୋଲିସ ଦ୍ୱାରା ଲୋକମାନଙ୍କର ଯାତାୟତ ପାଇଁ ମାର୍ଗ ପରିବର୍ତ୍ତନ କରାଯାଇଛି।

ସେନା, ନୌସେନା ଏବଂ ବାୟୁସେନାରେ ଚାରିବର୍ଷ ପାଇଁ ଯବାନମାନଙ୍କୁ ନିଯୁକ୍ତି ଦେବାପରେ ନୂତନ କେତେକ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଦେଖାଯାଇଛି। ଏବେ ହରିଆଣାରେ ବିରୋଧ ପ୍ରଦର୍ଶନ ହେବା ପରେ ଭାରି ପୋଲିସ ଫୋର୍ସ ନିୟୋଜିତ କରାଯାଇଛି।