Odiapua.com

ଅଗ୍ନିପଥ ବିରୁଦ୍ଧରେ ରଣପୁର କଂଗ୍ରେସର ସତ୍ୟାଗ୍ରହ

ନୟାଗଡ଼ ୨୭/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଅଖିଳ ଭାରତୀୟ କଂଗ୍ରେସ କମିଟି ଡାକରାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ରଣପୁର ନୁର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ ଅଗ୍ନିପଥ ବିରୁଦ୍ଧରେ ଏକ ଦିନିକିଆ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଅଛି। କଂଗ୍ରେସ ଯୁବ ନେତା ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ଛାତ୍ର, ଯୁବକ ତଥା ବେକାରୀ ମାନଙ୍କ ପାଇଁ ଅଗ୍ନିପଥ ଏକ ଦୀର୍ଘସ୍ଥାୟୀ ଯୋଜନା ବୋଲି ସତ୍ୟାଗ୍ରହୀମାନେ କହିଥିଲେ।

ଠିକା ନିଯୁକ୍ତି ବ୍ୟବସ୍ଥାକୁ ବାତିଲ କରି ଦେଶର ସାର୍ବଭୈମତ୍ୟକୁ ସୁରକ୍ଷିତ ରଖିବା ପାଇଁ ଯୁବପିଢୀଙ୍କୁ ପ୍ରତାରଣା ନକରିବା ପାଇଁ ନାରାବାଜି କରିଥିଲେ। ଏହି ସତ୍ୟାଗ୍ରହରେ ବରିଷ୍ଠ ଆଇନଜୀବି ସତ୍ୟ ରଞ୍ଜନ ମତ୍ତା, ନୟାଗଡ଼ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି, ମହିଳା କଂଗ୍ରେସ ସଭାପତି ପ୍ରତିମା ଜେନା, ଆଇନଜୀବି ଉମେଶ ରଞ୍ଜନ ସାହୁ, ବରିଷ୍ଠ ଆଇନଜୀବି ଶତୃଘନ ପାଇକରାୟ, ଆଇନଜୀବି ବସନ୍ତ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ନାୟକ ଆଦି ବହୁନେତା ସତ୍ୟାଗ୍ରହ ରେ ସାମିଲ ଥିଲେ।