ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନ ୨ଟାରେ ଭଦ୍ରକ ଗେଲପୁର ପଂଚାୟତ ସାମରାଇପୁର ଆରଡି ଛକ କେନାଲ ରୋଡର ରାଜନ ମୁଣ୍ଡାଙ୍କ ଘର ସର୍ଟ ସର୍କିଟ୍ ଯୋଗୁଁ ପୋଡି ପାଉଁଶ ହୋଇଯାଇଛି । ସବୁ ଆସବାବ ପତ୍ର ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ରାଜନ ମୁଣ୍ଡାଙ୍କ ଗୋଟେ ହାତ ଅକାମୀ, ଦୁଇ ପୁଅ ଦିନ ମଜୁରିଆ କରି ୧୨ ଜଣଙ୍କ ପେଟ ପୋଷୁଥିଲେ । ନା ଅଛି ରିହବାକୁ ନା ଅଛି ଖାଇବାକୁ ନା ଖଣ୍ଡେ ଅଛି ପିନ୍ଧିବାକୁ ବସ୍ତ୍ର । ସଂପୂର୍ଣ୍ଣ ପରିବାର ଅସହାୟ ହୋଇପଡିଛନ୍ତି । ଭଦ୍ରକ ଜିଲା ପ୍ରଶାସନ ଅସହାୟ ପରିବାରଙ୍କୁ ସହାୟତାର ହାତ ବଢାଇଲେ ନିରୀହ ପରିବାରଟି ଭଲରେ ଜୀବନଯାପନ କରିପାରିବେ ।