Odiapua.com

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ଆନ୍ଦୋଳା ପଂଚାୟତର ୫ନଂ ୱାର୍ଡ ନିବାସୀ କରୁଣାକର ରାଉତଙ୍କ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଛି। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଗତକାଲି ରାତିରେ କରୁଣାକରଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ସଂପୂର୍ଣ୍ଣ ଜଳିଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ସେତେବେଳକୁ ଘରର ଆସବାବ ପତ୍ର, ପିଲାଙ୍କ ବହିପତ୍ର, ଚାଉଳ, ଲୁଗାପଟା ସମେତ ସମସ୍ତ ଘରକରଣା ଜିନିଷ ନଷ୍ଟ ହୋଇସାରିଥିଲା। ଏହି ଘଟଣାରେ ଆନ୍ଦୋଳା ପଂଚାୟତ ସରପଂଚ କାମଦେବ ମଳିକ ଓ ରାଜଘରପୋଖରୀ ସରପଂଚ ଅରୁଣ ମହାନ୍ତି ଅଗ୍ନି ବିପନ୍ନ କରୁଣାକରଙ୍କ ନିକଟରେ ପହଂଚି ସମବେଦନା ଜ୍ଞାପନ ସହ ସରକାରଙ୍କ ପକ୍ଷରୁ କିଭଳି କ୍ଷତିପୂରଣ ମିଳିବ, ସେ ଦିଗରେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଜସ୍ୱ ନିରୀକ୍ଷକ ଉକ୍ତ ଗ୍ରାମରେ ପହଂଚି କ୍ଷେତ୍ରୀୟ ତଦନ୍ତ କରିଥିବାର ଜଣାପଡିଛି।