Odiapua.com

ଅଗ୍ନିକାଣ୍ଡରେ ୩ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ଡିହସାହିରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୋଟିଏ ଗୋରୁ ଆହତ ହୋଇଛି । ସୂଚନାଯୋଗ୍ୟ ଡିହସାହି ଗ୍ରାମର ନିତ୍ୟାନନ୍ଦ ସ୍ୱାଇଁଙ୍କ ଗୁହାଳ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ସ୍ଥାନୀୟ ଦମକଳକେନ୍ଦ୍ର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅନ୍ୟ ଆହତ ଗୋରୁର ଚିକିତ୍ସା କରାଯାଉଥିବା ଜଣାଯାଇଛି ।