ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ମଞ୍ଜୁରୀରୋଡ ନିକଟ ସୋଲାପୁର ଗ୍ରାମର ରତ୍ନାକର ଜେନାଙ୍କ ଦୁଇ ବଖରା ଘର ଗତକାଲି ରାତିରେ ଜଳିଯାଇଛି। ସୂଚନା ପାଇ ଭଣ୍ଡାରିପୋଖରୀରୁ ଦମକଳକେନ୍ଦ୍ର କର୍ମଚାରୀମାନେ ଆସି ଅଗ୍ନିକୁ ଆୟତ୍ତ କରିଥିଲେ। ସେତେବେଳେକୁ ଶ୍ରୀ ଜେନାଙ୍କର ସମସ୍ତ ଆସବାବ ପତ୍ର ଓ ଗୃହ ଜଳିପୋଡି ପାଉଁଶ ହୋଇଯାଇଥିଲା। ବଦ୍ୟୁତ ସର୍ଟସର୍କିଟ ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଉଛି। ଏହି ବିପନ୍ନ ପରିବାରଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାପାଇଁ ସାଧାରଣରେ ଦାବି ହୋଇଛି।