Odiapua.com

ଅଗ୍ନିକାଣ୍ଡରେ ତିନି ବଖରା ଜଳିଗଲା

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ କୁଳଣା ଗ୍ରାମ ଜେନା ସାହିର ବିଷ୍ଣୁ ଜେନାଙ୍କ ଚଳାଛପର ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଜଳି ପ୍ରଭୂତ କ୍ଷତି ହୋଇଛି। ଛଅ ବସ୍ତା ଚାଉଳ ସମେତ ଅନ୍ୟ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ଏହି ଘଟଣାର ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ସବୁ ଜଳିପୋଡି ପାଉଁଶ ହୋଇଯାଇଥିଲା। ଖବରପାଇ ପ୍ରାକ୍ତନ ପଂଚୟତ ସମିତି ଅଧକ୍ଷା ଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା ପ୍ରମୁଖ ଅଗ୍ନି ବିପନ୍ନ ଙ୍କ ନିକଟରେ ପହଂଚି ସମବେଦନା ଜଣାଇବା ସହ ସରକାରୀ ସାହାଯ୍ୟ ଯଥାଶୀଗ୍ର ଯୋଗାଇଦେବାକୁ ଦାବି କରିଥିଲେ।