Odiapua.com

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ହାଇସ୍କୁଲ ସମ୍ମୁଖ ଭରତ ଚନ୍ଦ୍ର ଦାସଙ୍କ ଦୋକାନ ଆଜି ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ଜଳିଯାଇଥିବା ଜଣାଯାଇଛି। ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ବିକ୍ରୀ ପାଇଁ ଥିବା ସମାଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ଏପରିକି ଅଗ୍ନିରେ ଟିଣଛପର ଜଳିଉଠିଥିଲା। ଖବର ପାଇ ଭଣ୍ଡାରିପୋଖରୀରୁ ଅଗ୍ନିଶମ ବାହିନୀ ଘଟଣାସ୍ତଳରେ ପହଞ୍ôଚ ଅଗ୍ନିକୁ ଆୟତ୍ତ କରିଥିଲା।