Odiapua.com

ଅଗ୍ନିକାଣ୍ଡରେ ଗାଈ,ଛେଳି ଓ କୁକୁଡ଼ା ଜୀବନ୍ତ ଦଗ୍ଧ

ବାଲେଶ୍ବର,୨୯/୧୧-(ଓଡ଼ିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅଧିନ ପୁରସ୍ତମପୁର ଓରଫ ଖଇରା ଗ୍ରାମର ଶତ୍ରୁଘନ ସାହୁ ଓ ରଭଜହରି ସାହୁଙ୍କର ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଏକ ବଖରା ଗୃହ ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଶ୍ରୀ ସାହୁଙ୍କର ୧୨ ଟି କୁକୁଡ଼ା, ୧ ଟିଛେଳି ଓ ୧ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବରପାଇ ଖଇରା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଆଜି ସକାଳେ ଖବରପାଇ ଖଇରା ଆର ଆଇ କାଳି ଚରଣ ମାଝୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ବି ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଇଛି।