Odiapua.com

ଅଗଷ୍ଟରେ ଖୋଲିବ ବସ୍ ଟର୍ମିନସର ନୂଆ ଫୁଡ଼ କୋର୍ଟ

ସମ୍ବଲପୁର, ୧୦/୫ (ଓଡ଼ିଆ ପୁଅ) ସମ୍ବଲପୁର ଉନ୍ନୟନ ପ୍ରଧୀକରଣ (ଏସଡ଼ିଏ) ପକ୍ଷରୁ ଅଇଁଠାପାଲି ନୂଆ ବସ ଟର୍ମିନସ ଠାରେ ନିର୍ମାଣାଧୀନ ଫୁଡ଼ କୋର୍ଟ ଆଗାମୀ ଅଗଷ୍ଟ ମାସ ବେଳକୁ କାର୍ଯକ୍ଷମ ହେବ। ପ୍ରଥମ ପର୍ଯ୍ୟାୟରେ ଦୁଇ ମହଲା ବିଶିଷ୍ଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗତ ମାର୍ଚ୍ଚ ମାସରେ ଆରମ୍ବ ହୋଇଥିଲା। ଏବେ ନିର୍ମାଣ କାମ ଯୋର ସୋରରେ ଚାଲିଛି। ଏଥିରେ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସମ୍ବଲପୁରର ଏକ ନିର୍ମାଣ ଏଜେନ୍ସି ଜରିଆରେ ଏହା କାର୍ଯ୍ୟକାରୀ ହେଉଛି। ନିର୍ମାଣ ପରେ ଏକ ଘରୋଇ ସଂସ୍ତା ଏହାର ପରିଚାଳନା କରାଯିବ। ଏଠାରେ ବିଭିନ୍ନ କିସମର ଖାଦ୍ୟ ଦ୍ରବ୍ୟ ପରିବେଷଣ କରାଯିବ। ଏଠାରେ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ସାମଗ୍ରୀ ସହିତ ଚାଇନିଜ୍ ସାଉଥ ଇଂଡ଼ିଆନ୍ ବ୍ୟଞନ ଓ ଜଳଖିଆ ମଧ୍ୟ ଉପଲବ୍ଦ ହେବ ବୋଲି ପ୍ରାଧୀକରଣର ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ବସ ଟର୍ମିନସ ଠାରୁ ଦୈନିକ ୩୫୦ ଟି ଘରୋଇ ବସ୍ ବାହାରୀ ଥାଏ। ଏହା ଛଡ଼ା ସରକାରୀ ଓ ସିଟି ବସ ଗୁଡ଼ିକ ଏହି ବସ ଟର୍ମିନସ ଦେଇ ଚଳାଚଳ କରିଥାଏ। ଦୈନିକ ହଜାର ହଜାର ଯାତ୍ରୀ ଏଠାରୁ ଯିବା ଆସିବ।କରୁଛନ୍ତିା ଫୁଡ଼ କୋର୍ଟ କାର୍ଯ୍ୟକ୍ଷମ ହେଲେ ଯାତ୍ରୀ ମାନେ ସ୍ୱସ୍ତ୍ୟକର ପରିବେଶରେ ଖାଦ୍ୟ ଗ୍ରହଣ କରିପାରିବେ। ଅଇଁଠାପାଲି ଇଲାକାରେ ଦ୍ରୁତ ଗତିରେ ବସତି ସମ୍ପ୍ରସାରଣ ସହିତ ନୂଆ ନୂଆ ଅଫିସ ରହିଛି। ଯାତ୍ରୀ ମାନଙ୍କ ସହିତ ସହରର ସାଧାରଣ ଲୋକେ ମଧ୍ୟ ଫୁଡ଼ କୋର୍ଟରେ ଅବସର ସମୟ ଅତିବାହିତ କରି ଖାଦ୍ୟ ଗ୍ରହନ କରିପାରିବେ। ଏହା ଏରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ … ସଡ଼ିଏ ର ରାଜସ୍ୱ ବୃଦ୍ଦିରେ ସହାୟକ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସୂଚନା ଯୋଗ୍ୟ ଯେ, ୧୯୯୭-୯୮ ମସିହାରେ ଟିଣ ଛାତରେ ଏହି ବସଷ୍ଟାଂଡ଼ ଖୋଲିଥିଲା। ୨୦୧୬ ରେ ଏସଡ଼ିଏର ଉଦ୍ୟମ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଆଧୂନିକ ବସ୍ ଟର୍ମିନସର ରୂପ ପାାଇଛି। ଏଥି ପାଇଁ ୧୨ କୋଟି ଟଙ୍କା ବ୍ୟୟ କରାଯାଇଥିଲା।