Odiapua.com

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସ ବାଦୀ) ତରଫରୁ ବ୍ଲକ୍ ଘେରାଉ

ନୟାଗଡ ୨୮/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସ ବାଦୀ )ତରଫରୁ ମିଳିତ ଭାବେ ନଭେମ୍ବର ୨୮ ତାରିଖରେ ବିଭିନ୍ନ ଦାବି ନେଇ ରଣପୁର ବ୍ଲକ୍ ଘେରାଉ କରାଯାଇଥିବା ଜଣା ପଡିଛି। ପ୍ରାୟ ୫ଶହ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କର୍ମୀ ରଣପୁର ପଂଚୁଦୋଳ ପଡିଆରେ ଥିବା ଶହୀଦ୍ ରଘୁ-ଦିବାକର ପ୍ରତି ମୁର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଏକ ଶୋଭା ଯାତ୍ରାରେ ରଣପୁର ବ୍ଲକ୍ କୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ର ରଣପୁର ବିଡିଓ ରଶ୍ମିରେଖା ଦାଶ ଗ୍ରହଣ କରିଥିଲେ। ଦାବି ମଧ୍ୟରେ ରହିଛି ରାଜ୍ୟ ସରକାର ଗାଁ ଗାଁ ରେ ମଦ ଦୋକାନ ଖୋଲିବା ଯୋଜନାକୁ ପ୍ରତ୍ୟାହାର ଏବଂ କାଳିଆ ଯୋଜନା ଓ ଫୋନି ବାତ୍ୟାରେ ସହାୟତାର ବଂଚିତ ଥିବା ଲୋକକ ମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ। ଏଥିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ସଭାପତି ଉର୍ମିଳା ଜେନା, ସମ୍ପାଦିକା ପୁର୍ଣ୍ଣିମା ମହାପାତ୍ର, ନେତା ହରିଶ୍ ଚନ୍ଦ୍ର ମିଶ୍ର, ସୁରେଶ ସ୍ୱାଇଁ, ନିତ୍ୟାନନ୍ଦ ପରିଡା, ଶୁସିଲ୍ ମହାନ୍ତି, ଗଦାଧର ପ୍ରଧାନ ଓ ସବ୍ୟସାଚୀ ସେନାପତିଙ୍କ ସହ ବହୁ ନେତା ଯୋଗ ଦେଇଥିଲେ। ରଣପୁର ବ୍ଲକ୍ ରେ ଚାଲୁଥିବା ବିଭିନ୍ନ ଯୋଜନା ଅନିୟମିତତା ସମ୍ପର୍କେ ଆଲୋଚନା କରାଯାଇଥିଲା। ମଦ ଦୋକାନ ଯୋଜନାକୁ ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ।