Odiapua.com

ଅଖିଳ ଭାରତୀୟ ଭାଇଚାରା ସଂଘ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ଭାଇଚାରା ସଂଘ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ବନ୍ତଛକଠାରେ ପାଳିତ ହୋଇଯାଇଛି । ପ୍ରାତଃରେ ସାଂସଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପତାକା ଉତ୍ତୋଳନ କରିବା ପରେ ସଂଘର ସଭାପତି ସେକ୍ ବାବୁଜାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଂପାଦକ ନିତ୍ୟାନନ୍ଦ କର ସ୍ୱାଗତ ଭାଷଣ ଦେଇଥିବାବେଳେ ଉପଦେଷ୍ଟା ସାମ୍ବାଦିକ ପ୍ରମୋଦ ରାୟ, ଇଂ ହବିବୁଲ୍ଲା ଖାଁ , ରେଜାଏ ରସୁଲ, ସେକ୍ ମୁସ୍ତାକ, ଜାବେଦ ଅଖତର, କବି ମୁସ୍ତାକ ଗହୌର, ଆଲୋକ ବେହେରା, ସେକ୍ ସେରୁ, ମନ୍ମଥ କୁମାର ପାଢୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଂଘର ସଦସ୍ୟମାନଙ୍କ ମଧ୍ୟରେ ସେକ୍ ରାହାତ୍‌, ସେକ ମଣ୍ଟୁ, ସେକ୍ ସାରୋ, ସେକ୍ ଅବଦୁଲ ଗୋଲାମ୍‌, ଅବଦୁଲ ଖାଲିକ୍‌, ସତ୍ୟବ୍ରତ ସାହୁ, ସେକ୍ ରାଜୁ, ସେକ୍ ରାଜୁଦ୍ଦିନ୍‌, ସଦାବ କାଦ୍ରୀ, ମୌଜାମ୍ ଖାନ୍‌, ସେକ୍ ଅସରଫ, ସାହିଦ ଖାନ୍ ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ ।