Odiapua.com

‘ଅଖିଳ ଭାରତୀୟ ଦୁଃଖୀ ସମାଜ’ ପକ୍ଷରୁ ମେଗା ରକ୍ତଦାନ ଶିବିର, ଭଦ୍ରକ ଓ ବାଲେଶ୍ୱର ମିଳିତରେ ୧୯୮୩ ୟୁନିଟ ରକ୍ତ ସଂଗ୍ରହ

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରସିଦ୍ଧ ଧର୍ମଗୁରୁ ସୈୟଦ ଶାହା ୱସିମ ଅଖତର କାଦ୍‌ରୀ (ସାନ ସରକାର ବାବା) ଓରଫ ମାମାଜାନ୍‌ଙ୍କ ଭଦ୍ରକ ରହଣି ସମୟରେ ସମାଜ ସେବାରେ ଲିପ୍ତ ରହି ଅନେକ ଜନହିତକର କାର୍ଯ୍ୟ କରିଛନ୍ତି । ଗରିବ ଲୋକମାନେ ଅସୁବିଧା ସମୟରେ ରକ୍ତ ପାଇଁ ବହୁ ହଇରାଣ ହୋଇଥିବା ସମୟରେ ୨୦୦୫ ମସିହାରେ ‘ଅଖିଳ ଭାରତୀୟ ଦୁଃଖୀ ସମାଜ’ ସଂସ୍ଥା ଆରମ୍ଭ କରି ରକ୍ତଦାନ ଶିବିର ଆରମ୍ଭ କରିଥିଲେ । ତାଙ୍କର ଦେହାନ୍ତ ପରେ ବାବାଙ୍କ ଭକ୍ତମାନେ ମଧ୍ୟ ଏହି ପଥକୁ ଅନୁସରଣ କରୁଛନ୍ତି । ଆଜି ସାନ ସରକାର ବାବାଙ୍କ ୬୬ତମ ଜନ୍ମତିଥି ଉପଲକ୍ଷେ ସଭାପତି ଇଂ ମନାୱର ହୋସେନ, ସମ୍ପାଦକ ଇଂ ରେଜା – ଏ – ରସୁଲ, ହାଜୀ ଅବଦୁଲ ବାରୀ, ମହମ୍ମଦ ଜକାଉଲ୍ଲା, ସଏଫ ଅଲୀ, ମହମ୍ମଦ ଇକବାଲ ଖାଁ, ଇଂ ହବିବୁଲ୍ଲା ଖାଁ, ସବୀର ଅଲୀ, ତବାରକ ଅଲୀ ଓ ମତଲୁବ ଅଲୀଙ୍କ ନେତୃତ୍ୱରେ ସକାଳ ୯ ଘଟିକାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ବାଇପାସ୍ ରୋଡ ସ୍ଥିତ ଦରଘା ମଇଦାନଠାରେ ସଭାପତି ଜାହିଦ ଖାନ୍‌, ସମ୍ପାଦକ ନାତିକ ଖାନ, ଶେଖ ମହେମୁଦ, ଶେଖ ଆୟୁବ, ଅବୁହୋସେନ ଖାଁ, ହାଜୀ ହୁମାୟୁନ ଓ ଲିୱା ମାଷ୍ଟରଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଭୁବନେଶ୍ୱର ରକ୍ତଭଣ୍ଡାରର ଡ ଦେବାଶିଷ ମିଶ୍ରଙ୍କ ଟିମ୍ ୧୪୩ ୟୁନିଟ, କଟକର ଏସ୍‌ସିବି ରକ୍ତ ଭଣ୍ଡାରର ଡ. ପ୍ରଶାନ୍ତ କୁମାର ଦାସଙ୍କ ଟିମ ୬୦୦ ୟୁନିଟ, ଭଦ୍ରକ ରକ୍ତଭଣ୍ଡାରର ଡ. ବିମଳା ମିଶ୍ରଙ୍କ ଟିମ୍ ୩୨୩ ୟୁନିଟ, ବାଲେଶ୍ୱର ରକ୍ତ ଭଣ୍ଡାରଙ୍କ ଟିମ୍ ୯୧୭ୟୁନିଟକୁ ମିଶାଇ ମୋଟ ୧୯୮୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକର ବହୁ ଯୁବକ ଓ ଯୁବତୀ ଶ୍ରଦ୍ଧାର ସହ ରକ୍ତଦାନ କରିଥିଲେ ।

ଏହି ରକ୍ତଦାନ ଶିବିରରେ ଅନେକ ଡାକ୍ତରମାନେ ଓ ଭଦ୍ରକ ବିଧାୟକ ସଂଜୀବ ମଳ୍ଲିକ, ଆରକ୍ଷୀ ଅଧୀକ୍ଷକ ସି.ଏସ୍‌. ମୀନା, ଇଂ ପ୍ରୟାସକାନ୍ତି ସାମଲ, ନରେନ ପଲେଇ, ନଳିନୀ ମହାନ୍ତି, ଦିଲିପ ନାୟକ, ମାନସ ମହାନ୍ତି, ଡ. ବାଇଧର ସାହୁ, ଅବଦୁଲ ମୁକିତ ଖାଁ, ଏନାମ ମହମ୍ମଦ, ହାଜୀ ଅନୱର ହୋସେନ, ଆଇନଜୀବୀ ତାହେର ମହମ୍ମଦ, ଡ. ରବି ମହାପାତ୍ର, ନାସିର ବକ୍ସ, ଦଳିତ ନେତା ରାଜୁ ଜେନା ପ୍ରମୁଖ ଯୋଗଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ୧୪୩ଜଣ ଯୁବତୀ ଆଗ୍ରହ ସହ ରକ୍ତଦାନ କରିଥିଲେ । ଏହି ମେଗା ରକ୍ତଦାନରେ ଫ୍ରି ଟି ଷ୍ଟଲ ଖୋଲାଯାଇଥିଲା । ଅଖିଳ ଭାରତୀୟ ଦୁଃଖୀ ସମାଜର ସଭ୍ୟ ଶେଖ ଆସିଫ ଅଲୀ, ଝମ୍‌ଝମ୍ ଅଲୀ, ଇଂ ମୁକ୍ତାର ଅହେମ୍ମଦ ରସିଦ, ଡ. କମାଲ ଖାନ,୍ ସକିଲୁଜ ଜମା ଖାଁ, ଗୋଲାମ ମୋହିଦ୍ଦିନ, ଶେଖ ଅନୱର, ଅତହର ଅଲୀ, ମୋଜୋ ଖାଁ, ମୀର୍ଜା ଫରିଦ୍ ବେଗ୍‌, ମିର୍ଜା ଏକ୍ରାମ୍ ବେଗ, ତନୱିର ଖାଁ, ଶେଖ୍ ଅବୁକାଲାମ, ଜାୱେଦ ଅଖତର, ଶେଖ ହବିବୁଲ୍ଲା, ମୁସ୍ତାକ ଗୌହର, ଫରିୟାଦ୍ ଖାଁ, ଜାବିର ଖାଁ ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ରକ୍ତଦାତାମାନଙ୍କୁ ମିର୍ଜା ଇଜାଜ ବେଗ, ଶେଖ ଜୁଲଫୁକାର, ଜହିରୁଦ୍ଦିନ ଖାଁ, ସାଇମା ରସୁଲ, ନଇଲା ରସୁଲ, ୟସ୍ମିନ ତବାସୁମ, ନେହା କାଦ୍‌ରୀ, ମହେବୁବ ଖାଁ, ଫାରୁକ ଖାଁ, ଶିକ୍ଷାବିତ୍ ମଇରାଜୁଦ୍ଦିନ ପ୍ରମୁଖ ସହଯୋଗ କରି ରକ୍ତଦାନର ପ୍ରମାଣପତ୍ର ଦେଇଥିଲେ । ଶେଷରେ ଏନ୍‌.ପି.ଜି. ତରଫରୁ ସାନ ସରକାର ବାବା ଓ ବଡ଼ ସରକାର ବାବାଙ୍କ ସମାଧିରେ ଚାଦର ଚଢା ଯାଇଥିଲା । ମେଗା ରକ୍ତଦାନ ଶିବିରର ସଫଳତା ପାଇଁ ‘ଅଖିଳ ଭାରତୀୟ ଦୁଃଖୀ ସମାଜ’ ଭଦ୍ରକବାସୀ ସହ ବାଲେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।