Odiapua.com

“ଅଖିଳ ଭାରତୀୟ ଦୁଃଖୀ ସମାଜ” ପକ୍ଷରୁ ସଫେଇ ଓ ମେଗା ରକ୍ତଦାନ ଶିବିର

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରସିଦ୍ଧ ଧର୍ମଗୁରୁ ସୈୟଦ ଶାହା ୱସିମ ଅଖତର କାଦରୀ (ସାନ ସରକାର ବାବା) ଓରଫ ମାମାଜାନଙ୍କ ଭଦ୍ରକ ରହଣି ସମୟରେ ସମାଜ ସେବାରେ ଲିପ୍ତ ରହି ଅନେକ ଜନହିତକର କାର୍ଯ୍ୟ କରିଛନ୍ତି। ଗରିବ ଲୋକମାନେ ଅସୁବିଧା ସମୟରେ ରକ୍ତ ପାଇଁ ବହୁ ହଇରାଣ ହୋଇଥିବା ସମୟରେ ୨୦୦୫ ମସିହାରେ “ଅଖିଳ ଭାରତୀୟ ଦୁଃଖୀ ସମାଜ” ସଂସ୍ଥା ଆରମ୍ଭ କରି ରକ୍ତଦାନ ଶିବିର ଆରମ୍ଭ କରିଥିଲେ। ତାଙ୍କର ଦେହାନ୍ତ ପରେ ବାବାଙ୍କ ଭକ୍ତମାନେ ମଧ୍ୟ ଏହି ପଥକୁ ଅନୁସରଣ କରୁଛନ୍ତି। ସକାଳ ୬ରୁ ସକାଳ ୮.୩୦ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ସଫେଇ କାର୍ଯ୍ୟ ହୋଇଥିଲା। ଆଜି ସାନ ସରକାର ବାବାଙ୍କ ୬୭ତମ ଜନ୍ମତିଥି ଉପଲକ୍ଷେ ସଭାପତି ଇଂ ମନାୱର ହୋସେନ, ସମ୍ପାଦନ ଇଂ ରେଜା-ଏ-ରସୁଲ, ଇଂ ହବିବୁଲ୍ଲା ଖାଁ, ଅବୁ ହୋସେନ ଖାଁ, ହାଜୀ ହୁମାୟୁନ, ଲିୱା ମାଷ୍ଟର, ସବୀର ଅଲୀ, ତବାରକ ଅଲୀ, ମତଲୁବ ଅଲି ଓ ଜମିଲ ଅଖତର ଖାନଙ୍କ ନେତୃତ୍ୱରେ ସକାଳ ୯ ଘଟିକାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଭୁବନେଶ୍ୱର ରକ୍ତଭଣ୍ଡାରର ଡଃ ଦେବାଶିଷ ମିଶ୍ରଙ୍କ ଟିମ ୧୫୭ ୟୁନିଟ, କଟକର ଏସ.ସି.ବି ରକ୍ତ ଭଣ୍ଡାରର ଡଃ ମନୁ ମଙ୍ଗତ ମାରାଣ୍ଡିଙ୍କ ଟିମ ୬୦୦ ୟୁନିଟ, ଭଦ୍ରକ ରକ୍ତଭଣ୍ଡାରର ଡଃ ବିମଳା ମିଶ୍ରଙ୍କ ଟିମ ୫୫୦ ୟୁନିଟ ଏବଂ ବାଲେଶ୍ୱରସ୍ଥିତ ଦରଘା ମଇଦାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୦୫୧ ୟୁନିଟ, ସୋରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୧୫ ୟୁନିଟ, ସର୍ବମୋଟ ୨୫୭୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଭଦ୍ରକର ବହୁ ଯୁବକ ଓ ଯୁବତୀ ଶ୍ରଦ୍ଧାର ସହ ରକ୍ତଦାନ କରିଥିଲେ।

ଏହି ରକ୍ତଦାନ ଶିବିରରେ ଭଦ୍ରକରେ ୨୩୫ ଜଣ ଯୁବତୀ ଆଗ୍ରହ ସହ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ ଡଃ ଆଶୁତୋଷ ମହାପାତ୍ର, ଡଃ ଫରମାନ ନବି, ଡଃ ସାହିନ ନଜର ଓ ଡାକ୍ତର ଏସ.ଏମ.ସଲିମ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜତୀନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ସି.ବି.ଆଇ ଚନ୍ଦନ ବଳ, ଡି.ଏସ.ପି ଅଭିଷେକ ପାଣିଗ୍ରାହୀ, ଆଲୋକ ଯେନା, ଇଂ ପ୍ରୟାସକାନ୍ତି ସାମଲ, ନଳିନୀ ମହାନ୍ତି, ହାଜୀ ଅବଦୁଲ ବାରୀ, ଫାରୁକ ଭାଇ, ଡଃ ବାଇଧର ସାହୁ, ଅବଦୁଲ ମୁକିତ ଖାଁ, ଏନାମ ମହମ୍ମଦ, ଡ. ରବି ମହାପାତ୍ର, ନାସିର ବକ୍ସ, ସୁଧାକର ରାଉତ, ହରିନନ୍ଦି, ଆଶ୍ରମ ସଂପାଦକ ଅଶୋକ ଦାସ, ସଏଫ ଅଲୀ, ସେଖ ସମଦାନୀ, ସେଖ ସାହିଦ ଅହେମଦ, ଦଳିତ ନେତା ରାଜୁ ଯେନା ପ୍ରମୁଖ ଯୋଗଦାନ କରିଥିଲେ। ଏହି ମେଗା ରକ୍ତଦାନରେ ଫ୍ରି ଟି ଷ୍ଟଲ ଖୋଲାଯାଇଥିଲା। ଅଖିଳ ଭାରତୀୟ ଦୁଃଖୀ ସମାଜର ସଭ୍ୟ ଶେଖ ଆସିଫ ଅଲି, ଝମଝମ୍ ଅଲୀ, ଇଂ ମୁକ୍ତାର ଅହେମଦ ରସିଦ, ଡ. କମାଲ ଖାନ, ସକିଲୁଜ ଜମା ଖାଁ, ଗୋଲାମ ମୋହିଉଦ୍ଦିନ, ଶେଖ ଅନୱର, ଅତହର ଅଲୀ, ମୋଜୋ ଖାଁ, ମିର୍ଜା ଫରିଦ ବେଗ, ମିର୍ଜା ଏକ୍ରାମ ବେଗ, ତନୱିର ଖାଁ, ଜାୱେଦ ଅଖତର, ଶେଖ ହବିବୁଲ୍ଲା, ଶେଖ ଅବୁକଲାମ, ସେଖ ନିୟାମତୁଲ୍ଲା, ମୁସ୍ତାକ ଗୌହର ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ରକ୍ତଦାତାମାନଙ୍କୁ ମିର୍ଜା ଇଜାଜ ବେଗ, ଶେଖ ଜୁଲଫୁକାର, ଜହିରୁଦ୍ଦିନ ଖାଁ, ସାଇମା ରସୁଲ, ନଇଲା ରସୁଲ, ୟାସ୍ମିନ ତବସୁମ, ବଖତୱର ପରୱିନ, ମହେବୁବ ଖାଁ, ଫାରୁକ ଖାଁ, ଶିକ୍ଷାବିତ୍ ମଇରାଜୁଦ୍ଦିନ ପ୍ରମୁଖ ସହଯୋଗ କରି ରକ୍ତଦାନର ପ୍ରମାଣପତ୍ର ଦେଇଥିଲେ। ଶେଷରେ ଏନ.ପି.ଜି ତରଫରୁ ସାନସରକାର ବାବା ଓ ବଡ଼ ସରକାର ବାବାଙ୍କ ସମାଧିରେ ଚାଦର ଚଢ଼ା ଯାଇଥିଲା। ମେଗା ରକ୍ତଦାନ ଶିବିରର ସଫଳତା ପାଇଁ “ଅଖିଳ ଭାରତୀୟ ଦୁଃଖୀ ସମାଜ” ଭଦ୍ରକବାସୀ ସହ ବାଲେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।