Odiapua.com

ଅଖିଳ ଭାରତୀୟ ଦୁଃଖୀ ସମାଜର ପ୍ରସ୍ତୁତି ବୈଠକ, ଭଦ୍ରକକୁ ମିଶାଇ ପାଂଚ ସ୍ଥାନରେ ‘ସଫେଇ’ ଓ “ରକ୍ତଦାନ” ଶିବିର

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ଦୁଃଖୀ ସମାଜ ଆନୁକୂଲ୍ୟରୁ ପୁରୁଣା ବଜାର ଦୁଃଖୀ ସମାଜ ସଭା ଗୃହ ଠାରେ ସଭାପତି ଇଂ.ମନାୱର ହୋସେନଙ୍କ ସଭାପତିତ୍ୱରେ ସଂପାଦକ ଇଂ.ରେଜା-ଏ-ରସୁଲ ଙ୍କ ସଂଯୋଜନାରେ ଏବଂ ଏହି ସଭାରେ କାର୍ଯ୍ୟକାରୀ ସଭାପତି ହାଜୀ ସବବିର ଅଲିଙ୍କ ସହାୟତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୨୪ ଜାନୁଆରୀ ୨୦୨୫(ଶୁକ୍ରବାର) ଭଦ୍ରକ ର ସୁ-ପ୍ରସିଦ୍ଧ ସିଦ୍ଧ ପୁରୁଷ ସୈୟଦ ୱସିମ ଅଖତର କାଦରୀ ଓରଫ ସାନ ସରକାର ବାବାଙ୍କ ଜନ୍ମଦିନ ଅବସରରେ ସକାଳ ୬ ରୁ ୮ ଘଟିକା ପର୍ଯ୍ୟନ୍ତ ଭଦ୍ରକର ସମସ୍ତ ଗାଁ ଓ ସହରର ରାସ୍ତା ଗୁଡ଼ିକ ସଫେଇ କରିବା ଓ ବାଇପାସରୋଡ଼ ସ୍ଥିତ ସରକାର ନଗର ଗୁଲସନେ ନଶିମ ଖାନକାହା ପରସରରେ ସକାଳ ୯ ରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଭଦ୍ରକ ସହିତ ସୋର, ବାଲେଶ୍ୱର, ବାରିପଦା ଓ ଜଳେଶ୍ୱର ସହର ରେ ମଧ୍ୟ ସଫେଇ କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏହି ପ୍ରସ୍ତୁତି ବୈଠକରେ ଭଦ୍ରକ ପ୍ରତ୍ୟେକ ଗ୍ରାମର ଅଖିଳ ଭାରତୀୟ ଦୁଃଖୀ ସମାଜର ସଦସ୍ୟଙ୍କ ସହିତ ସୋର, ବାଲେଶ୍ୱର, ବାରିପଦା ଓ ଜଳେଶ୍ୱର ର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ଏହି ବୈଠକରେ ଇଂ.ହବିବୁଲା ଖାଁ, ଜମିଲ ଅଖତର ଖାନ, ହାଜୀ ଅବଦୁଲ ମୁକିତ ଖାନ, ହାଜୀ ଅବୁ ହୋସେନ ଖାନ, ମିର୍ଜା ଏକ୍ରାମ ବେଗ, ହାଜୀ କୟୁମ ଅଲି ସାହା, ମୋଜୋ ଖାନ, ଶେଖ ଅନୱର, ଜହୁର ଖାନ, ମିର୍ଜା ପରୱେଜ ଆଲମ ବେଗ୍‌, ମୁରସଲିନ ଖାନ, ଶିକ୍ଷାବିତ ମଇରାଜୁଦ୍ଦିନ ଓ ତସୋ ଖାନ ପ୍ରମୁଖ ଯୋଗଦାନ କରିଥିଲେ।