Odiapua.com

ଅଖିଳ ଭାରତୀୟ ଦୁଃଖି ସମାଜର ସହାୟତା

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କୋଭିଡ୍‌-୧୯ ମହାମାରୀ କରୋନାର ମୁକାବିଲା ପାଇଁ ଭଦ୍ରକର ପୁରୁଣାବଜାରସ୍ଥିତ ‘ଅଖିଳ ଭାରତୀୟ ଦୁଃଖି ସମାଜ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଅଖିଳ ଭାରତୀୟ ଦୁଃଖି ସମାଜର ସଭାପତି ଇଂ ମନୱର ହୋସେନ ଖାଁ ଓ ସଂପାଦକ ଇଂ ରେଜାଏ ରସୁଲ ପ୍ରମୁଖ କର୍ମକର୍ତ୍ତା ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚ ପ୍ରଶାସନିକ ଅଧିକାରୀଙ୍କୁ ବ୍ୟାଙ୍କ ଚେକ୍ ପ୍ରଦାନ କରିଥିଲେ ।