Odiapua.com

ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଭଦ୍ରକ ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୃକ୍ଷ ହିଁ ଜୀବନ। ଆଜିର ଅବକ୍ଷୟମୁଖୀ ସମାଜରେ ମଣିଷ ଜାତି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିଆସୁଥିବା ବୃକ୍ଷକୁ ବିନାଶ କରିବାରେ ଲାଗିଛି। ଯାହା ଫାଇଲିନ, ଫନି, ହୁଡୁହୁଡ୍ ଭଳି ଦୈର୍ବି ଦୁର୍ବିପାକର କାରଣ ହେଉଛି ବୋଲି ଆଜି ଜାତୀୟ ବୃକ୍ଷଦିବସ ଅବସରରେ ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଭଦ୍ରକ ଶାଖା ପକ୍ଷରୁ ଆୟୋଜିତ ଜାତୀୟ ବୃକ୍ଷଦିବସର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଏହି ଜାତୀୟ ବୃକ୍ଷଦିବସ ଅବସରରେ ଆଜି ପ୍ରାତଃରେ ଶାଖା ପକ୍ଷରୁ ଭଦ୍ରକ ସହରର ଚରମ୍ପା କେନାଲ ରୋଡ୍ ପାଶ୍ୱର୍ରେ ୫୦ଟି ନିମ୍ବ ଓ ୫୦ଟି ବଉଳ ଗଛ ରୋପଣ କରାଯାଇଥିଲା। ସଂଘର ସଂପାଦକ ପଦ୍ମଲୋଚନ ପ୍ରଧାନ ଓ ସଭାପତି ଦାମୋଦର ମଣ୍ଡଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପାତ୍ର, ଉପାଧ୍ୟକ୍ଷ ନମିତା ନାୟକ, ଦୟାନ ଖାନ୍‌, ସେକ୍ କମିରୁଲ୍ଲା ଓ ସର୍କଲ ପରାମର୍ଶଦାତା ସରେନ ବିଶ୍ୱାଳ, ପ୍ରଦୋଷ ସାହୁ, ସେକ ଅହମ୍ମଦି ବିମଲ ସୂତାର, ବନମାଳୀ ହରିଚନ୍ଦନ ଅରୁଣ ଦାସ, ମାନସ ଦାସ ପ୍ରମୁଖ ସହଯୋଗ କରିଥିଲେ।