Odiapua.com

ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୪୭ ମସିହା ଅଗଷ୍ଟ ୧୪ ଆଜିର ଦିନରେ ସ୍ୱାଧୀନ ଭାରତ ବିଭାଜିତ ହୋଇଯାଇଥିଲା । ପୂର୍ବ ପାକିସ୍ତାନ ଏବଂ ପଶ୍ଚିମ ପାକିସ୍ତାନ ନାମରେ ଦୁଇଟି ଦେଶ ଗଠନ କରାଯାଇଥିଲା । ମାତ୍ର ଭାରତୀୟ ଅସ୍ମିତା ଏବଂ ସଭ୍ୟତା ଅନୁସାରେ ରାଷ୍ଟ୍ରୀୟ ବିଚାରଧାରା ସହ ଜଡ଼ିତ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଉକ୍ତ ଖଣ୍ଡ ଖଣ୍ଡ ଭାରତକୁ ଅଖଣ୍ଡତାର ବିଶ୍ୱାସକୁ ନେଇ ଥାଏ । ସେଥିପାଇଁ ଅଗଷ୍ଟ ୧୪ କୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଭାବେ ବଜରଙ୍ଗ ଦଳ ସମଗ୍ର ଭାରତବର୍ଷରେ ପାଳନ କରି ଆସୁଛି । ଆଜି ସକାଳେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଭଦ୍ରକ ନଗର ପକ୍ଷରୁ ସହରର ହଳଦୀଡିହ ବାଇପାସ ସ୍ଥିତ ଭାରତମାତା ମନ୍ଦିର ପରିସରରେ କରୋନା କଟକଣା ମଧ୍ୟରେ ସୀମିତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସାମୁହିକ ହନୁମାନ ଚାଳିସା ପାଠ, ଭାରତ ମାତାଙ୍କ ନିକଟରେ ଅଖଣ୍ଡ ଭାରତର ସଂକଳ୍ପ ସହ ଦୀପଦାନ କରାଯାଇଥିଲା । ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରାଉତ, ଜିଲ୍ଲା ସଭାପତି ବିଜୟ ସିହ୍ନା, ଉପ ସଭାପତି ନିରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀକାନ୍ତ ଲେଙ୍କା, ହୃଷିକେଶ ନାଥ, ସ୍ୱାଧୀନ ସୁନ୍ଦର ଦାସ, ନଗର ସଭାପତି ପୁନିଲ ସାମନ୍ତ, ସମ୍ପାଦକ ମହେଶ୍ୱର ବେହେରା, ବଜରଙ୍ଗ ଦଳର ନଗର ସଂଯୋଜକ ଦେବାଶିଷ ଗ୍ରହାଚାର୍ଯ୍ୟ, ସନ୍ତୋଷ ନାୟକ, ଜ୍ୟୋତି ରଞ୍ଜନ ସାହୁ, ଚନ୍ଦନ ଦାସ, କାହ୍ନା ପ୍ରସାଦ ଖୁଣ୍ଟିଆ, ଦୀପକ ବେହେରା, ମଦନ ବାରିକ, ପ୍ରତୀକ ସାହୁ, ସୁଶାନ୍ତ ମାଝି, ତାପଜ ସାହୁ, ସଞ୍ଜୟ ଗିରି ଏବଂ ଚିନ୍ମୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।