Odiapua.com

ଅକ୍ଷୟ ମହାନ୍ତି ସ୍ମୃତି ୱେଲଫେୟାର ସୋସାଇଟି ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ତାଳଚେର, ୨/୧୨(ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ସହରରର ଏକ ପୂରାତନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଅକ୍ଷୟ ମହାନ୍ତି ସ୍ମୃତି ୱେଲଫେୟାର୍ ସୋସାଇଟିର ଚଳିତ ବର୍ଷର ବାର୍ଷିକ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପରାମର୍ଶ କ୍ରମେ ଉପସଭାପତି ଜ୍ୟୋତି ରଞ୍ଜନ ଦାସଙ୍କ ସଭାପତିତ୍ୱରେ ଏହି ବୈଠକ ବାଇପାସ୍ ସ୍ଥିତ ଗ୍ରୀନପାର୍କର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କରୋନା ଯୋଗୁଁ ଦୁଇ ବର୍ଷ ବନ୍ଦ ହୋଇଥିବା ଏହି ଉତ୍ସବକୁ ମହାସମାରୋହରେ ପାଳନ କରାଯିବ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଶା ସଙ୍ଗୀତ ଜଗତର କିମ୍ବଦନ୍ତୀ ଅକ୍ଷୟ ମହାନ୍ତିଙ୍କ ପୁରାତନ ସଙ୍ଗୀତକୁ ନେଇ ତାଳଚେର ତଥା ଅନୁଗୋଳ ଜିଲ୍ଳାର ଭେଟରାନ୍ ସଙ୍ଗୀତକାରଙ୍କର ଏକ ଅକ୍ଷୟ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଉପସ୍ଥିତ କର୍ମକର୍ତା ତଥା ସଦସ୍ୟମାନେ ମତପ୍ରକାଶ କରିଥିଲେ। ସେହିପରି ଅନୁଷ୍ଠାନ ପକ୍ଷରୁ ସମାଜସେବା ଧର୍ମୀ କାର୍ଯ୍ୟମାନ ଏହି ବର୍ଷ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା। ଅନୁଷ୍ଠାନର ସଂଯୋଜକ ତଥା ସମ୍ପାଦକ ବିଗତ ବର୍ଷର ଆୟବ୍ୟୟର ହିସାବ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଶିତିକାନ୍ତ ବାରିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ସଦସ୍ୟ ଆଡ଼ଭୋକେଟ୍ ରଜେନ୍ଦ୍ର ସିଂହ ଡ଼ିଙ୍ଗଡ଼ା, ସମ୍ପାଦକ ପ୍ରବୀଣ କୁମାର ଦାସ, ରିଷିକେଶ ପ୍ରିୟଦର୍ଶନୀ ସାହୁ, ସଙ୍ଗୀତକାର କିଶୋର ସାହୁ, ଦୀପକ ଦେବତା, ଯୁବନେତା ପିଣ୍ଟୁ ରିଆଜ ଖାନ, ସମ୍ପାଦକ ତ୍ରିଲୋଚନ ସ୍ୱାଇଁ, ରବି ସେଠ ପ୍ରମୁଖ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ। ଶେଷରେ ଦୀପକ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।