Odiapua.com

ଅକ୍ଷିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଡ.ଅରୁଣ ସାହୁ

ନୟାଗଡ଼, ୨୬ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କୃଷି ଓ କୃଷକର ପବିତ୍ର ପର୍ବ ଅକ୍ଷୟ ତୃତୀୟା ରେ କୃଷକମାନେ ସେମାନଙ୍କର ଅକ୍ଷିମୂଠୀ ଧାନବୁଣା ଖୁସିର ବାତାବରଣ ଭିତରେ ଆରମ୍ଭ କରିଥିଲାବେଳେ ରାଜ୍ୟ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଧାନ କ୍ଷେତରେ ପହଂଚି ବିଧି ପାଳନ ମୁତାବକ ଅକ୍ଷିମୂଠୀ ଅନୁକୂଳ କରିଛନ୍ତି। ଜିଲାର ପୁରପଲ୍ଲୀରେ ଚାଷୀମାନେ ଭୋରରୁ ଉଠି ଶୁକ୍ଳ ବସ୍ତ୍ର ପରିଧାନ ପୂର୍ବକ ଅକ୍ଷିମୁଠି ଧରି ଆନନ୍ଦ ଉଲ୍ଲାସ ସହକାରେ କ୍ଷେତକୁ ଯାଇ ଜମିରେ ସର୍ବମଙ୍ଗଳ ଶ୍ରୀଜଗନ୍ନାଥଙ୍କୁ ସୁମରଣା କରି ଧାନ ବିହନ ବୁଣାର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଛି। କୃଷକମାନଙ୍କର ବର୍ଷଯାକର ଅପେକ୍ଷାର ଏହି ଦିନକୁ ଚାଷୀ ଅନେଇ ବସେଇଥିଲାବେଳେ କିପରି ପ୍ରଭୁ ଶ୍ରୀଜଗନ୍ନାଥ ସହାୟକ ହେବେ ଭଲରେ ଭଲରେ ଚାଷକାର୍ଯ୍ୟ ସମ୍ପନ୍ନ ହୋଇ ଭଲ କ୍ଷେତ ଅମଳ ହେବ ବୋଲି ଠାକୁରଙ୍କୁ ସ୍ମରଣ କରିଥାନ୍ତି। ଅକ୍ଷିମୁଠି ଅନୁକୂଳ ହେଉଥିବା ଜମିକୁ ମୁଠିବାର ଜମି କୁହାଯାଇଥିଲାବେଳେ ବିଲରେ ଆଗୁଆ ଖତ ଲଗାଯାଇଥାଏ ଓ ଅକ୍ଷୟତୃତୀୟାରେ ଅକ୍ଷିମୁଠିରେ ଧାନ ସହିତ କ୍ଷୀର, ଫୁଲ, ବିଭିନ୍ନ ପ୍ରକାର ଫଳ, ସିନ୍ଦୁର, ଧୂପ, ଦୀପ, ଭୂଇଁ ଖଜୁରୀ, ଟୋଲ, ପଳାଶ ପତ୍ର ଆଦି ପୂଜା ସାମଗ୍ରୀ ନିଆଯାଇଥିଏ। ଏବଂ ମୁଠିବାର ଜମିରେ ଧାନବୁଣା ଅନୁକୂଳ କରାଯାଇଥାଏ। ଯାହାକି କୃଷିମନ୍ତ୍ରୀ ଜଣେ କୃଷକ ପରିବାର ଲୋକ ହୋଇଥିବାରୁ ଅକ୍ଷିମୁଠି ଅନୁକଳୂରେ ନିଜର ଉତ୍କଳିୟତା ଆଗ୍ରହ ପୂର୍ବକ ଧାନ କ୍ଷେତରେ ରବିବାର ସାମାଜିକ ଦୂରତ୍ୱ ରକ୍ଷାକରି ପ୍ରଥମେ ନିଜେ ବିଧି ବିଧାନ ମତେ ଧାନବୁଣି ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ଚାଷୀମାନେ ସାମାଜିକ ଦୂରତ୍ୱରେ ଚାଷକାର୍ଯ୍ୟରେ ଲାଗିପଡ଼ିବାକୁ ପରାମର୍ଶ ଦେଇଛନ୍ତି।