ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାରିଗାଁ ପଚାଂୟତ ଇଟୁଆ ଗ୍ରାମର ମହିୟସୀ ମହିଳା ନିରୂପମା କର ଜଣେ ଧର୍ମପ୍ରାଣା ମହିଳା ଥିବା ବେଳେ ତାଙ୍କର ଉତମ ବ୍ୟବହାର ପାଇଁ ସେ ସଂପୃକ୍ତ ଅଚଂଳରେ ସର୍ବଜନାଦୃତ ଥିଲେ । ଆଇନଜିବୀ ସୁରେନ୍ଦ୍ର କରଙ୍କ ଆବହକତ୍ୱରେ ଭଣ୍ଡାରିପୋଖରୀ ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ଡ.ସୁଧାଂଶୁ ଶେଖର ନାୟକ,ସାମ୍ବାଦିକ ହେମନ୍ତ ସିଂହ, ମହତାବ ମଣ୍ଡଳ ବିଜେପି ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ, ଚାରିଗାଁ ସମିତିସଭ୍ୟ ଧରଣୀ ଧର କର, ମଦନ କଟୁଆଳ, ମାନସ ପଟ୍ଟନାୟକ, ଶ୍ରୀବତ୍ସ କର, ଭାଗବତ ପଣ୍ଡା, ଖୁଜୁର ମହାକୁଡ, ଅଜୟ କର, ନାରାୟଣ ଜେନା, ମୂରଲୀ ଧର ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତା ନିରୂପମା ଜଣେ ସୁଗୃହିଣୀ ଥିବା ବେଳେ ଧର୍ମପ୍ରାଣା ମହିଳା ଭାବେ ଗ୍ରାମରେ ସର୍ବଜନାଦୃତ ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟର୍ପଣ କରାଯାଇଥିଲା । ପରିବାରର ରବିନ୍ଦ୍ର କର,କମଳ କୁମାର କର, ରଞ୍ଜନ କୁମାର କର, ପ୍ରଭାତ କୁମାର କର, ପ୍ରକାଶ କର, ବିକାଶ କର, ଆକାଶ କର, ବାସନ୍ତି କର, ଲୀନା ପଣ୍ଡା, ବୀଣାପାଣି କର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।