Odiapua.com

ଅକରୁଆର ଗାଁ ମୁରବୀଙ୍କ ପରଲୋକ

ହାଟଡ଼ିହି, ୨/୨/ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ଗ୍ରାମର ଗାଁ ମୁରବୀ ଥିବା ବିଦ୍ୟାଧର ଖଟୁଆଙ୍କ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ସମ୍ପୁର୍ଣ୍ଣ ସୁସ୍ଥ ଥିବାବେଳେ ଆଜି ଅପରାହ୍ନରେ ଅକସ୍ମାତ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା। ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିବାବେଳେ ଗାଁର ସମସ୍ତ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କ ପରଲୋକରେସମଗ୍ର ଅକରୁଆ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ତଥା ପୁର୍ବତନ ସରପଞ୍ଚ ତଥା ଏବେକାର ପଞ୍ଚାୟତ ବିଜେଡି ସଭାପତି ଥିବା ବିଶ୍ୱନାଥ ଖଟୁଆ, ଅନ୍ୟତମ ପୁଅ କୈଳାଶ ଖଟୁଆ, ବାବୁଲା ଖଟୁଆ, ଝିଅ ଯଶୋଦା ଖଟୁଆ, ନାତି ରାଧାକାନ୍ତ, ସୀତାକାନ୍ତ, ସାଜନ, ରଞ୍ଜନା, ସୁଦର୍ଶନ, ପ୍ରମୋଦ, ସୁଶାନ୍ତ, ଅବନୀ, ପପୁ, ନାତୁଣୀ ସିନୁ, ଚିନୁ, ପୁତୁରା ରାମନାରା, ହୃଷିକେଶ, ପିତାମ୍ବର, ପୁରସ୍ତମ, ରମେଶ, ଶ୍ରୀରାମ, ନନ୍ଦ କିଶୋର, ଶରତ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବରପାଇ ମାର୍କଣ୍ଡ ଚରଣ ଓଝା, ଆନନ୍ଦ ଚନ୍ଦ୍ର ନାୟକ, ସରପଞ୍ଚ ତଥା ବର୍ତ୍ତମାନର ଜିଲ୍ଲାପରିଷଦ ପ୍ରାର୍ଥୀନୀ କୌଶଲ୍ୟା ସେଠୀ, ସତ୍ୟବ୍ରତ ଖଣ୍ଡା, କ୍ଷୀରୋଦ କୁମାର ଖଟୁଆ, ସଂଘମିତ୍ରା ବେହେରା, ହେମଲତା ବେହେରା, ଲୀଳାବତୀ ପରିଡା, ମମତା ଖଟୁଆ, ସୌଭାଗିନୀ ଖୁଣ୍ଟିଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶୋକସନ୍ତତ୍ପ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ୋଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ବଡପୁଅ କୈଳାଶ ମୁଖାଗ୍ନି ଦେଇଥିବାବେଳେ ଅନେକ ଗ୍ରାମବାସୀ ଓ ବନ୍ଧୁପରିଜନ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।