ad
ଓଡ଼ିଶା

ଦୁଇଟି ସ୍ଥାନରେ ଟ୍ରକ ଦୁର୍ଘଟଣା: ଜଣେ ମୃତ ୧୨ ଆହତ ୩ ଗୁରୁତର

ରାୟଗଡା ୩୦/୧୧(ଓଡ଼ିଆ ପୁଅ/ ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତରଗତ କାଳିଆପଡା ଗ୍ରାମରେ ବାଇକୁ ପଛପଟେ ଧକ୍କାଦେଲା ଟ୍ରକ ଜଣେ ମୃତ ଜଣେ ଆହତ ହୋଇଛନ୍ତି। ମୃତକ ବ୍ୟକ୍ତିଙ୍କ ନାମ କବିର ନାଏକ ଘର କାଳିଆପଡା। ଉକ୍ତ ଟ୍ରକ ନମ୍ବର ଓଡି୧୦ଏ- ୦୯୩୪ ଥିବା ବେଳେ ମାଲିକ ଶ୍ରୀମତୀ ମମତା କୁମାରୀ ସାମନ୍ତରାୟ ନାମରେ ରହିଛି। ଘଟଣା ସ୍ଥଳରେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି।

ରାୟଗଡା ସଦର ମହକୁମା ଠାରୁ ୫ କି.ମି ଦୂରରେ ଅବସ୍ଥିତ କତାପେଟା ଗ୍ରାମ ନିକଟରେ ଏକ ୪୦୭ ଭେନ ନମ୍ବର ଓଆର୦୨ବିଏଫ- ୦୯୫୪ ମାଲିକ ରଥ ସଚିନ୍ଦ୍ର କୁମାରଙ୍କ ନାମରେ ରହିଛି। ଦୁର୍ଘଟଣା ଗ୍ରସ୍ତ ହୋଇ ୧୨ ବିଦ୍ୟୁତ ଶ୍ରମିକ ଆହତ ହୋଇଛନ୍ତି। ଗାଡିରେ ୧୩ ଜଣ ଶ୍ରମିକ ଥିବା ବେଳେ ଡ଼୍ରାଇଭର ସମେତ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁନ୍ଦର ମାଝି ଏବଂ ଡ୍ରାଇଭର ବିଜି ବାହୁକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ୪୦୭ ଗାଡିରେ ୧୩ ଜଣ ଶ୍ରମିକ ଜେକେପୁର ଅଚଂଳରୁ ବିଦ୍ୟୁତ ଖୁଣ୍ଟ ପୋତି ଖାଇବା ପାଇଁ ରାୟଗଡା ସ୍ଥିତ ନିଜ କେମ୍ପ ଅଭିମୁଖେ ଆସୁଥିବା ବେଳେ କତାପେଟା ଗ୍ରାମ ନିକଟରେ ଗାଡିର ଷ୍ଟେରିଂ ଲକ ହୋଇଯିବା ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଶ୍ରମିକ ଏସ୍ କେ ରଥ ନାମକ ଜଣେ ଠିକାଦାରଙ୍କ ଅଧୀନରେ ବିଦ୍ୟୁତ ତାର ବିଛାଇବା ଏବଂ ଖୁଣ୍ଟ ପୋତିବା କାମରେ ନିୟୋଜିତ ଥିଲେ। ଆହତଙ୍କ ମଧ୍ୟରେ ଗାଡିର ଡ୍ରାଇଭର ବିଜି ବାହୁକ , ଶ୍ରମିକ ଶୁକ୍ର ମାଝି, ନରସିଂହ ମାଝି, ବୈକୁଣ୍ଠ ଗୌଡ , କୁମାର ମାଝି, ପ୍ରସନ୍ନ ଗୌଡ, ସୁନ୍ଦୁର ମାଝି, ସନ୍ତୋଷ ଗୌଡ, ଅଶୋକ ଗୌଡ , ନରେଶ ଗୌଡ଼ , ରାମସିଂ ମାଝି ଏବଂ ଲକ୍ଷ୍ମଣ ମାଝି ପ୍ରମୁଖ ଅଛନ୍ତି। ଆହତ ମାନଙ୍କୁ ନିଜନିଜ ଅଟୋରେ କୋତାପେଟା ଯୁବକ ସଙ୍ଘର ପିଲାମାନେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ଚାନ୍ଦିଲି ପୁଲିସ ପହଁଞ୍ଚି ରାସ୍ତାରୁ ଗାଡ଼ି ଉଠାଇବା ସହ ଦୁର୍ଘଟଣା ତଦନ୍ତ ଆରମ୍ଭ କରିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top