ad
ଅପରାଧ

ଟ୍ରିପଲ ମର୍ଡର ଘଟଣାର ଫର୍ଦ୍ଦାଫାଶ, ୯ଜଣଙ୍କୁ ଗିରଫ କଲା ପୋଲିସ

ରାୟଗଡ଼ା-୧/୦୩ (ଓଡ଼ିଆ ପୁଅ/ ମନୁଶ୍ରୀ) ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଉକୁମ୍ବାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଟ୍ରିପଲ ମଡର ଘଟଣାରେ ପୋଲିସକୁ ମିଳିଛି ସଫଳତା। ଚାଲିଯାଇଛି ୩ଜୀବନ। ସେହି ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସକୁ ନେଇ। ଘଟଣାରେ ଗିରଫ ହୋଇଛନ୍ତି ୯ଜଣ ଅଭିଯୁକ୍ତ। ଏମାନଙ୍କ ମଧ୍ୟରେ ୬ଜଣ ପୁରୁଷ ଓ ୩ଜଣ ମହିଳା ରହିଛନ୍ତି। ସେମାନଙ୍କ ମଧ୍ୟରୁ ମୁଖ୍ୟ ୫ଜଣ ଅଭିଯୁକ୍ତ ୩ଜଣଙ୍କୁ ହତ୍ୟା କରିଥିବା ବେଳେ ବାକି ୪ଜଣ ସେମାନଙ୍କୁ ହତ୍ୟାର ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିଲେ। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ରବି ଶବର, ବାବୁଲା ଶବର, ଅଜିତ ଶବର, ବୁଲୁ ଶବର, ଶଙ୍କର ଶବର ଓ ସହଯୋଗୀମାନେ ହେଲେ କମଳଲୋଚନ ଶବର, ପୁଣ୍ୟତୋୟା ଶବର, ମାଳତୀ ଶବର ଓ ଫୁଲ ଶବର। ଟ୍ରିପଲ ମର୍ଡର ଘଟଣାକୁ ନେଇ ରାୟଗଡା ଜିଲ୍ଳାରେ ଚହଳ ପଡିଥିବା ବେଳେ ଗତ ଗୁରୁବାର ରାତ୍ର ସାଢେ ୯ ସମୟରେ ଜିଲ୍ଳା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ ଏମ. ସାମ୍ବାଦିକ ସମ୍ମିଳନୀରେ ସମସ୍ତ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଶୁକ୍ରବାର ଦିନ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ବାବୁଲା, ଅଜିତ, ରବି, ବୁଲୁ ଓ ଶଙ୍କରଙ୍କୁ ଉପସ୍ଥିତ କରାଯାଇଥିବା ବେଳେ ଗୁଣପୁର ଏସଡିପିଓ ରାଜ କିଶୋର ଦାସଙ୍କ ସମେତ ଏସ.ଆଇ.ଧୀରେନ ପଟ୍ଟନାୟକ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ ଉକୁମ୍ବାଗୁଡା ଗ୍ରାମର ଗୋପାଳ ଶବର ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶବରଙ୍କୁ ଦୀର୍ଘ ଦିନ ହେବ ଗାଁର କିଛି ଯୁବକ ଗୁଣି ଗାରେଡି କରୁଥିବା ସନ୍ଦେହ କରୁଥିଲେ। ଏହି ମର୍ମରେ ଗ୍ରାମର ରବି ଶବରଙ୍କ ବାପା ନୀଳାମ୍ବର ଶବର କିଛି ଦିନ ଧରି ଜ୍ୱରରେ ପୀଡିତ ରହି ମୁତ୍ୟୁ କରିଥିଲେ। କିନ୍ତୁ ରବି’ର ବାପାଙ୍କ ମୃତ୍ୟୁ ଗୁଣି ଗାରେଡି ଯୋଗୁଁ ହୋଇଥିବା ସନ୍ଦେହ କରି ଗୋପାଳଙ୍କୁ ଜୀବନରେ ମାରିଦେବା ପାଇଁ ବାବୁଲା ଶବର ଯୋଜନା କରି ରବି, ବୁଲୁ, ଅଜିତି ଓ ଶଙ୍କରଙ୍କ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ। ଯୋଜନାକୁ ସଫଳ ରୂପ ଦେବା ପାଇଁ ଗତମାସ ଫେବୃୟାରୀ ୨୩ତାରିଖ ରାତ୍ର ୧୦ଟା ସମୟରେ ଗୋପାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଘରୁ ଟାଣି ଆଣି ଗାଁ ଦାଣ୍ଡରେ ଲାଠି, କ୍ରିକେଟ ବ୍ୟାଟ ଇତ୍ୟାଦି ସାହାର୍ଯ୍ୟରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ପରେ ଘଟଣାସ୍ଥଳରୁ ମୃତଦେହକୁ ଦୁଇଟି ମୋଟର ବାଇକ ଯୋଗେ ଗ୍ରାମରୁ ମାତ୍ର ୧୫୦ମିଟର ଦୂରରେ ଥିବା ମଶାଣୀରେ ରାତାରାତି ପୋଡି ଦେବା ପାଇଁ ଯୋଜନା କରାଯାଇଥିଲା। ଏହି ଯୋଜନାରେ କମଳ ଲୋଚନ ଶବରଙ୍କ ସହ ମହିଳା ପୁଣ୍ୟତୋୟା, ଫୁଲ ଓ ମାଳତୀ ସହଯୋଗ କରିଥିଲେ। ମଶାଣୀରେ ପେଟ୍ରୋଲ ଢାଳି ଜାଳି ଦେବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସମସ୍ତେ ଅଭିଯୁକ୍ତ ମିଶି ମୃତକମାନଙ୍କ ହାଡପାଉଁଶ ସବୁ ନିକଟ ପୋଖରୀରେ ଭସାଇ ଦେଇଥିଲେ। ତେବେ ଗୋପାଳ ଓ ଲକ୍ଷ୍ମୀଙ୍କ ୧୧ବର୍ଷର ପୁଅ ଏହି ଘଟଣାର କେବଳ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଭାବେ ସାକ୍ଷୀ ହୋଇରହିଥିଲା। ବାପା ଓ ମାଁଙ୍କ ମୃତ୍ୟୁ ଖବର ପାଇ ଭୁବନେଶ୍ୱରରେ ରହୁଥିବା ଝିଅ ସବିତା ଏ ନେଇ ଫେବୃୟାରୀ ୨୫ତାରିଖରେ ଗୁଣପୁର ଥାନାରେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତଦନ୍ତ। ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସକୁ ବିଶ୍ୱାସ ନ କରି ଡାକ୍ତରୀ ସେବାକୁ ବିଶ୍ୱାସ କରିବାକୁ ସଚେତନ ହେବା ପାଇଁ ଏସ.ପି.ଶ୍ରୀ ସର୍ବଣା ବିବେକ ଏମ ପରାମର୍ଶ ଦେଇଛନ୍ତି।

ଦିନକୁ ଦିନ ଅନ୍ଧବିଶ୍ୱାସ କବଳିତ ହୋଇ ପଡିଛି ରାୟଗଡା ଜିଲ୍ଲା। ଗତ ଦୁଇ ବର୍ଷ ଭିତରେ ଅନୁଧ୍ୟାନ କରିବେ ତେବେ ରାୟଗଡ଼ା ସଦରମହକୁମା ବ୍ଲକ ଅନ୍ତର୍ଗତ ନାଥମାରେ ଦୁଇ ଜଣକୁ ନିର୍ମମ ଭାବରେ ଗୁଣିଗାରେଡି ସନ୍ଧେହରେ ହତ୍ୟା କରାଯାଇଥିଲା। ହତ୍ଯା କରିବା ପରେ ଦୁଇ ଜଣକୁ ମୁଣ୍ଡ ଗଣ୍ଡି ଅଲଗା କରି ମୁଣ୍ଡକୁ ପୋଡ଼ିଦେଇ ଗଣ୍ଡି ଅନ୍ୟ ଏକ ସ୍ଥାନରେ ପୋତି ଦେଇଥିଲେ। ସେହିପରି ଶେସଖାଲ ଥାନା ଅଧିନରେ ଥିବା ଗୋଟିଏ ଗ୍ରାମରେ ଗୁଣିଆ ସନ୍ଦେହରେ ସ୍ବାମୀକୁ ହତ୍ୟା କରିବା ପରେ ସ୍ତ୍ରୀକୁ ଧମକ ଚମକ ଦେଇ ଘଟଣାକୁ ଚାପି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ରାୟଗଡ଼ା କୋର୍ଟ ବିଚାରକରି ୧୪ ଜଣକୁ ଆଜୀବନ ଦଣ୍ଡାଦେଶ ଆଦେଶ ଦେଇଛନ୍ତି। ଅଳ୍ପ କିଛି ଦିନ ପୂର୍ବରୁ ଗୁଣପୁର କୋର୍ଟ ୯ଜଣକୁ ଫାଶୀ ଦଣ୍ଡାଦେଶ ଶୁଣାଣି ହୋଇଥିଲା। ତଥାପି ଅନ୍ଧବିଶ୍ୱାସର ମହୋ ଯାଇନି ରାୟଗଡ଼ା ଲୋକଙ୍କ ପାଖରୁ ଏଥିରୁ ସ୍ବଷ୍ଟ ଅନୁମେୟ ହେଉଛି ଯେ ଲୋକଙ୍କ ପାଖରେ ଶିକ୍ଷା ଓ ଚଚେତନତାର ଅଭାବ ରହିଛି।

 

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top