Home Top News PUBG ମୋବାଇଲ୍ ର ବିକଳ୍ପ BGMI ବ୍ୟାନ ହେଲା, ଏବେ ପ୍ଲେ ଷ୍ଟୋରରୁ ଗାଏବ

PUBG ମୋବାଇଲ୍ ର ବିକଳ୍ପ BGMI ବ୍ୟାନ ହେଲା, ଏବେ ପ୍ଲେ ଷ୍ଟୋରରୁ ଗାଏବ

32

ନୂଆ ଦିଲ୍ଲୀ ୨୯ ଜୁଲାଇ (ଓଡ଼ିଆ ପୁଅ) ସରକାରୀ ନିର୍ଦ୍ଦେଶ ଆସିବା ପରେ ଭାରତରେ PUBG ମୋବାଇଲ୍ ର ବିକଳ୍ପ BGMIକୁ ବ୍ୟାନ କରିଦିଆଯାଇଥିବା ଜଣାପଡ଼ିଛି। ଅର୍ଥାତ୍ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହାକୁ ଏବେ ଆଉ ଡାଉନଲୋଡ୍ କରିପାରିବେ ନାହିଁ। ଗତ ବର୍ଷ ଭାରତରେ ଏହି ଖେଳ ଆରମ୍ଭ ହୋଇଥିଲା।

ବ୍ୟାଟେଲ ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ (BGMI) ରହସ୍ୟମୟ ଭାବରେ ଭାରତରେ ଗୁଗୁଲ୍ ପ୍ଲେ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ଗାଏବ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ୨୦୨୦ ମସିହାରେ ଭାରତ ସରକାର PUBG କୁ ନିଷିଦ୍ଧ କରିବା ପରେ, BGMI ଗତ ବର୍ଷ ଆରମ୍ଭ ହୋଇଥିଲା।

କିନ୍ତୁ, ଯେଉଁ ଉପଭୋକ୍ତାମାନେ ସେମାନଙ୍କର ସ୍ମାର୍ଟଫୋନରେ BGMI ଇନ୍ଷ୍ଟାଲ କରିସାରିଛନ୍ତି, ସେମାନେ ଏହି ଖେଳ ଖେଳିବାକୁ ସକ୍ଷମ ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.