ad
ଓଡ଼ିଶା

ବାହାଘର ରନ୍ଧାଖାଦ୍ୟ ଖାଇ ୧ ମୃତ ୯ ଗୁରୁତର

ତୁରୁମୁଙ୍ଗା ୨୭-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇ ଟାଙ୍ଗିରି ପଞ୍ଚାୟତ ନୂଆଗାଁ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ରନ୍ଧା ଖାଦ୍ୟ ଖାଇ ୯ ଜଣ ଗୁରୁତର ହୋଇଛନ୍ତି। ଗ୍ରାମର ସ୍ୱର୍ଗତ ପୁରେନ୍ଦ୍ର ନାଏକଙ୍କ ଝିଅ ଗୋଲାପ ନାଏକଙ୍କ ବାହାଘର, ସେହି ଗ୍ରାମର ମାଧବ ନାଏକଙ୍କ ସହିତ ଆସନ୍ତା କାଲି ବାହାଘର ହେବାକୁ ଥିବା ବେଳେ ବାହାଘର ପାଇଁ ଟେଣ୍ଟ କାର୍ଯ୍ୟ ଚାଲୁଥିଲା ରାତିରେ ରନ୍ଧା ଖାଦ୍ୟ ଖାଇବା ପରେ ସମସ୍ତଙ୍କ ବାନ୍ତି ହେବା ସହିତ ଗୁରୁତର ହୋଇଥିଲେ ଗୁରୁତ୍ତରଙ୍କୁ ଗ୍ରାମବାସୀ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାତିରେ ଭର୍ତ୍ତି କରିଥିଲେ। ବେଶୀ ଗୁରୁତର ହେବାରୁ କଟକ ବଡ଼ ଡାକ୍ତର ଖାନାକୁ ରେଫର କରାଯାଇଥିଲା। କଟକ ନେବା ସମୟରେ ରାସ୍ତାରେ ଜଣେ ଟେଣ୍ଟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଖିରେଇ ଟାଙ୍ଗିରି ଗ୍ରାମର ମାନସ ବେହେରା ଅନ୍ୟ ୯ ଜଣ ଗୁରୁତର ହୋଇ କଟକ ମେଡିକାଲ ରେ ଚିକିତ୍ସିତ ହୋଉଛନ୍ତି। ଗୁରୁତରମାନେ ହେଉଛନ୍ତି ଅକ୍ଷୟ ନାଏକ, ଚନ୍ଦ୍ର ନାଏକ, ମନୋଜ କୁମାର ନାଏକ, ସୁମନ ନାଏକ, ଝିଅର ଭାଉଜ ଲୁସି ନାଏକ, ଝିଅର ମା ହେମଲତା ନାଏକ, ବିକ୍ରମ ନାଏକ (ଟେଣ୍ଟ ମାଲିକ), ଦୁଷ୍ମନ୍ତ ନାଏକ, ଓ ଶିକ୍ରମ ନାଏକ। ଘଟଣା ଘଟିବା ପରେ ଏକଥାକୁ ନେଇ ଗ୍ରାମରେ ନାନା କଥା ଶୁଣିବାକୁ ମିଳୁଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ଗ୍ରାମରେ ଉତେଜନା ପ୍ରକାଶ ପାଇଛି ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଚି ଘଟଣାର ତଦନ୍ତ ଜାରି ରଖିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top