ad
ଓଡ଼ିଶା

ଆଜିଠାରୁ ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ: ୧୧, ୬୦୩ ଛାତ୍ର, ୫୨ କେନ୍ଦ୍ର, ୮୪୪ ପରୀକ୍ଷକ ପ୍ରସ୍ତୁତ

ରାୟଗଡା ତା-୨୨.୦୨.୨୦୧୯( ଓଡିଆ ପୁଅ/ମନୁଶ୍ରୀ)ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଆଣିଦେଇଛି। ରାୟଗଡ଼ା ଜିଲ୍ଲାରେ ୧୧ହଜାର ୬୦୩ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୫୨ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଥିବାବେଳେ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ୮୪୪ଜଣ ପରୀକ୍ଷକ ମଧ୍ୟ ପ୍ରସ୍ତୁତ ରହିଥିବା ଜିଲ୍ଳା ଶିକ୍ଷାଧିକାରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ତଥା ରାଜ୍ୟ ଶିକ୍ଷା ମନ୍ତ୍ରଣାଳୟର ନିର୍ଦେଶ ପ୍ରକାରେ ୨୨ତାରିଖ ଶୁକ୍ରବାର ଠାରୁ ମାର୍ଚ୍ଚ ୮ତାରିଖ ପର୍ଯ୍ୟନ୍ତ ପରୀକ୍ଷା ସମ୍ପାଦନ କରିବା ପାଇଁ ରାୟଗଡ଼ା ଜିଲ୍ଲାରେ ସମସ୍ତ ପ୍ରସ୍ତୁତି ସରିଛି। ଜିଲାର ୧୧ଟି ବ୍ଳକରେ ଥିବା ହାଇସ୍କୁଲରୁ ମୋଟ ୧୧ ହଜାର ୬୦୩ଜଣ ପରୀକ୍ଷା ଦେବେ। ସେମଧ୍ୟରୁ ୧୦ ହଜାର ୮୭୯ଜଣ ରେଗୁଲାର ଛାତ୍ରଛାତ୍ରୀ ରହିଥିବା ବେଳେ ୭୨୪ଜଣ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ମାଧ୍ୟମରେ ପରୀକ୍ଷା ଦେବେ। ଏଥିପାଇଁ ଜିଳାର ୧୧ଟି ବ୍ଳକରେ ମୋଟ ୫୨କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ୮୪୪ଜଣ ପରୀକ୍ଷକ ନିଯୁକ୍ତି ହୋଇଛନ୍ତି। ସରକାରଙ୍କ ନିର୍ଦେଶ ମୁତାବକ ପ୍ରତି ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ପରୀକ୍ଷକ, ପ୍ରତି ୪୬ ପିଲାଙ୍କ ପାଇଁ ୧ରୋଭର, ସେହିପରି ଆଉ ୯୬ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧ରିଲିଭର ନିୟୋଜିତ କରାଯାଇଛି ଜିଲାର ସଦର ମହକୁମାରେ ଥିବା ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲ, ଜଗଦମ୍ବା ହାଇସ୍କୁଲ କୋଲନରା, ବିଷମକଟକ ସରକାରୀ ହାଇସ୍କୁଲ, ମୁନିଗୁଡ଼ା ସରକାରୀ ହାଇସ୍କୁଲ, ଚନ୍ଦ୍ରପୁର ସରକାରୀ ହାଇସ୍କୁଲ, ଗୁଡ଼ାରୀ ସଦର ମହକୁମାରେ ଥିବା ସରକାରୀ ବାଳକ ହାଇସ୍କୁଲ, ବି.ଏନ ହାଇସ୍କୁଲ ପଦ୍ମପୁର, କଲ୍ୟାଣସିଂହପୁର ସରକାରୀ ହାଇସ୍କୁଲ, କାଶୀପୁରରେ ଥିବା ସରକାରୀ ହାଇସ୍କୁଲକୁ ନେଇ ୧୫ଟି ନୋଡାଲ କେନ୍ଦ୍ର ଗଠନ କରାଯାଇଛି। ସେହି ନୋଡାଲ କେନ୍ଦ୍ର ନିକଟରେ ଥିବା ଥାନାରେ ଏବଂ ଥାନା ନ ଥିବାରୁ ରାମନାଗୁଡା ଠାରେ ଥିବା ଫାଣ୍ଡିରେ ପ୍ରଶ୍ନପତ୍ର ରଖାଯାଇଥିବା ଜିଲା ଶିକ୍ଷାଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା ପ୍ରକାଶ କରିଛନ୍ତି। ପ୍ରତି ପରୀକ୍ଷାର ସକାଳ ୮ଟା ପୂର୍ବରୁ ଏହି ପ୍ରଶ୍ନପତ୍ର ଗୁଡିକ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାର ପଦକ୍ଷେପ ନିଆଯାଇଛି। ଦୁଇଜଣ ପୁଲିସ କର୍ମଚାରୀଙ୍କ ସହ ଦୁଇଜଣ ଶିକ୍ଷକ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ପ୍ରେରକ ଟିମ ଗଠନ କରି ସେମାନଙ୍କ ଦାୟୀତ୍ୱ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଯିବା ସହ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ କରାଯିବ। ପ୍ରତୋକ ଦିନ ସକାଳ ୧୦ ରେ ପରୀକ୍ଷା ଆରମ୍ଭ ହେଇ ୧୨.୩୦ରେ ଶେଷ ହେବ। ସେଭଳି ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅପରାନ୍ନ ୨ଟାରେ ଆରମ୍ଭ ହେଇ ସଂନ୍ଧ୍ୟା ୪.୩୦ରେ ଶେଷ ହେବ। ମୁକ୍ତ ବିଦ୍ୟାଳୟ ପାଇଁ ଏଲ.ଏସ ହାଇସ୍କୁଲ ଜେକେପୁର, ଏସ.ଏସ ଡି ହାଇସ୍କୁଲ ରିଭୋଲକଣା, ଏସ.ଏସ ଡି ହାଇସ୍କୁଲ କୁଜେନ୍ଦ୍ର ଏବଂ ଏସ.ଆର.ସି ହାଇସ୍କୁଲ ହାଟମୁନିଗୁଡାର ଏହି ୪ଟି କେନ୍ଦ୍ର ପରୀକ୍ଷା ହେବ। ଏପରିକି କିଛି ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଅପରପକ୍ଷରେ ଶୃଙ୍ଖଳିତ ପରୀକ୍ଷା ପାଇଁ କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟ ନିର୍ଦେଶ ପ୍ରକାରେ ଜୟପୁର ଜୋନାଲ କାର୍ଯ୍ୟାଳୟ ଗୋଟିଏ ସ୍କ୍ୱାର୍ଡ ଟିମ କରିଥିବାବେଳେ ଜିଲାପାଳଙ୍କ ନିର୍ଦେଶ ପ୍ରକାରେ ସବୁ ବ୍ଳକର ବିଡିଓ ଏବଂ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଜିଲାସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି। ଏହାସହ ଜିଲାପାଳ ନିଜ ଅଧିନରେ ଆଉ ସ୍କ୍ୱାର୍ଡ ଗଠନ କରନ୍ତି। ସେହିପରି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପୁଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ପ୍ରକାଶ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top