Home ଓଡ଼ିଶା JEE (ଆଡଭାନ୍ସ) ପଞ୍ଜିକରଣର ଶେଷ ତାରିଖକୁ ୧୦ ଦିନ ଆଗକୁ ବୃଦ୍ଧି କରିବା ପାଇଁ କେନ୍ଦ୍ରମନ୍ତ୍ରୀ...

JEE (ଆଡଭାନ୍ସ) ପଞ୍ଜିକରଣର ଶେଷ ତାରିଖକୁ ୧୦ ଦିନ ଆଗକୁ ବୃଦ୍ଧି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ମୁଖ୍ୟମନ୍ତ୍ରୀଙ୍କର ପତ୍ର

704

ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) IIT ରେ ପ୍ରବେଶ ପାଇଁ JEE (ଆଡଭାନ୍ସ) ୨୦୧୯, ୨୭ ମଇ, ୨୦୧୯ କୁ ଆୟୋଜିତ ହେବ। ସେଥିପାଇଁ ପରୀକ୍ଷାର୍ଥାମାନଙ୍କୁ ନିଜର ନାମ ଅନଲାଇନରେ ପଞ୍ଜିକୃତ କରିବାକୁ ପଡ଼ିଥାଏ। ଏହି ପଞ୍ଜିକରଣର ଅବଧି ୩ ମଇ ରୁ ୯ ମଇ, ୨୦୧୯ ପର୍ଯ୍ୟନ୍ତ ଅଛି। କିନ୍ତୁ ବାତ୍ୟା ଫନି ୩ ମଇରେ ଓଡିଶାକୁ ପ୍ରଭାବିତ କରିଥିବାରୁ ଏବଂ ଅନେକ ଜିଲ୍ଲାମାନଙ୍କରେ ମୋବାଇଲ ଏବଂ ଡାଟା କନେକ୍ଟିଭିଟି ବାଧିତ ହୋଇଥିବାରୁ ତଥା ଅନେକ ସ୍ଥାନରେ ଇଣ୍ଟରନେଟ ଉପଲବ୍ଧ ନଥିବା କାରଣରୁ ମେଧାବୀ ଛାତ୍ରଛାତ୍ରୀମେନେ ପରୀକ୍ଷା ଦେବା ପାଇଁ ନିଜର ନାମ ଅନଲାଇନ ପଞ୍ଜିକରଣ କରିପାରୁନାହାଁନ୍ତି। ଏହାକୁ ନଜରରେ ରଖି ପଞ୍ଜିକରଣର ତାରିଖକୁ ଅତି କମରେ ୧୦ ଦିନ ବୃଦ୍ଧି କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନିଜର ପତ୍ରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟଯେ, NEET ପରୀକ୍ଷା ମଧ୍ୟ ଓଡିଶାର ଛାତ୍ରମାନଙ୍କ ପାଇଁ ସ୍ଥଗିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.