Home ଓଡ଼ିଶା JEE (ଆଡଭାନ୍ସ) ପଞ୍ଜିକରଣର ଶେଷ ତାରିଖ ମଇ ୧୪କୁ ବୃଦ୍ଧି

JEE (ଆଡଭାନ୍ସ) ପଞ୍ଜିକରଣର ଶେଷ ତାରିଖ ମଇ ୧୪କୁ ବୃଦ୍ଧି

668

ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) IIT ରେ ପ୍ରବେଶ ପାଇଁ JEE (ଆଡଭାନ୍ସ) ୨୦୧୯, ୨୭ ମଇ, ୨୦୧୯ କୁ ଆୟୋଜିତ ହେବ। ସେଥିପାଇଁ ପରୀକ୍ଷାର୍ଥାମାନଙ୍କୁ ନିଜର ନାମ ଅନଲାଇନରେ ପଞ୍ଜିକୃତ କରିବାକୁ ପଡ଼ିଥାଏ। ଏହି ପଞ୍ଜିକରଣର ଅବଧି ୩ ମଇ ରୁ ୯ ମଇ, ୨୦୧୯ ପର୍ଯ୍ୟନ୍ତ ଥିଲା। କିନ୍ତୁ ବାତ୍ୟା ଫନି ୩ ମଇରେ ଓଡିଶାକୁ ପ୍ରଭାବିତ କରିଥିବାରୁ ଏବଂ ଅନେକ ଜିଲ୍ଲାମାନଙ୍କରେ ମୋବାଇଲ ଏବଂ ଡାଟା କନେକ୍ଟିଭିଟି ବାଧିତ ହୋଇଥିବାରୁ ତଥା ଅନେକ ସ୍ଥାନରେ ଇଣ୍ଟରନେଟ ଉପଲବ୍ଧ ନଥିବା କାରଣରୁ ମେଧାବୀ ଛାତ୍ରଛାତ୍ରୀମେନେ ପରୀକ୍ଷା ଦେବା ପାଇଁ ନିଜର ନାମ ଅନଲାଇନ ପଞ୍ଜିକରଣ କରିପାରୁନାହାଁନ୍ତି। ଏହାକୁ ନଜରରେ ରଖି ପଞ୍ଜିକରଣର ତାରିଖକୁ ଅତି କମରେ ୧୦ ଦିନ ବୃଦ୍ଧି କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନିଜର ପତ୍ରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଉଲ୍ଲେଖ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ଅନୁରୋଧ ରକ୍ଷାକରି JEE (ଆଡଭାନ୍ସ) ପଞ୍ଜିକରଣର ଶେଷ ତାରିଖ ମଇ ୧୪କୁ ବୃଦ୍ଧି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର। ଏନେଇ ଜାଭଡେକର ଟ୍ୱିଟ୍ କରି ଜଣାଇଛନ୍ତି। ପ୍ରତ୍ୟୁତ୍ତରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.