Home Coronavirus Outbreak ଭାରତର ସକ୍ରିୟ କରୋନା ମାମଲା ୪.୮୫ ଲକ୍ଷ ତଳକୁ ଖସିଲା – ଦୈନିକ ଆରୋଗ୍ୟ ମାମଲା...

ଭାରତର ସକ୍ରିୟ କରୋନା ମାମଲା ୪.୮୫ ଲକ୍ଷ ତଳକୁ ଖସିଲା – ଦୈନିକ ଆରୋଗ୍ୟ ମାମଲା ଲଗାତର ଭାବେ ଦୈନିକ ନୂଆ ଆକ୍ରାନ୍ତ ସଂଖ୍ୟାଠାରୁ ଅଧିକ ରହୁଛି

47


ଭାରତର ସକ୍ରିୟ କରୋନା ମାମଲା ଆଜି ୪, ୮୪, ୫୪୭ରେ ପହଞ୍ଚିଛି, ଯାହା କି ୫ ଲକ୍ଷ ଅଙ୍କଠାରୁ କମ। ଆଜିକୁ ମିଶାଇ ଲଗାତର ତୃତୀୟ ଦିନ ପାଇଁ ସକ୍ରିୟ କରୋନା ମାମଲା ୫ ଲକ୍ଷ ତଳେ ରହିଆସୁଛି। ମୋଟ କରୋନା ଆକ୍ରାନ୍ତ ମାମଲା ସଂଖ୍ୟାରେ ସକ୍ରିୟ ମାମଲା ମାତ୍ର ୫.୫୫% ରହିଛି।

ନୂଆ ମାମଲା ସଂଖ୍ୟାଠାରୁ ଆରୋଗ୍ୟ ସଂଖ୍ୟା ଲଗାତର ଭାବେ ଅଧିକ ହେବା ଯୋଗୁ ଏଭଳି ହୋଇପାରିଛି। ମୋଟ ସକ୍ରିୟ ମାମଲା ସଂଖ୍ୟା ଖସାଇବାରେ ଏହା ବିଶେଷ ସହାୟକ ହେଉଛି।

ଗତ ୨୪ ଘଣ୍ଟାରେ ଦେଶରେ ୪୪, ୮୭୯ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୯, ୦୭୯ ରୋଗୀ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଦୈନିକ ନୂଆ ମାମଲା ତୁଳନାରେ ଦୈନିକ ନୂଆ ଆରୋଗ୍ୟ ସଂଖ୍ୟା ଅଧିକ ହେବାର ଏହି ଧାରା ବଳବତ୍ତର ରହିଛି। ଆଜିକୁ ମିଶାଇ ଲଗାତର ୪୧ ଦିନ ହେଲା ଏହି ଧାରା ଦେଖିବାକୁ ମିଳୁଛି।

ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୮୧, ୧୫, ୫୮୦କୁ ବୃଦ୍ଧି ପାଇଛି। ଏହାଦ୍ୱାରା ଆରୋଗ୍ୟ ହାର ୯୨.୯୭%କୁ ବଢ଼ିଛି। ଫଳରେ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ରହୁଥିବା ବ୍ୟବଧାନ ଲଗାତର ବୃଦ୍ଧି ପାଉଛି। ଏବେ ଏହି ବ୍ୟବଧାନ ୭୬, ୩୧, ୦୩୩କୁ ବଢ଼ିଛି।

ଦିନକରେ ଆରୋଗ୍ୟ ଲାଭ କରିଥିବା ନୂଆ ରୋଗୀଙ୍କ ମଧ୍ୟରେ ୭୭.୮୩% ୧୦ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି।

ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ଲୋକ କରୋନା କବଳରୁ ମୁକୁଳିଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭, ୮୦୯ ରୋଗୀ ଆରୋଗ୍ୟ ହେବା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬, ୦୫, ୦୬୪କୁ ବୃଦ୍ଧି ପାଇଛି।

୭୬.୨୫% ନୂଆ କରୋନା ମାମଲା ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି।

ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୭, ୦୫୩ ନୂଆ ମାମଲା ସାମ୍ନାକୁ ଆସିଛି। ଏହା ପଛକୁ ଥିବା କେରଳରେ ୫, ୫୩୭ନୂଆ ମାମଲା ଚିହ୍ନଟ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ୪, ୪୯୬ ନୂଆ ମାମଲା ଦେଖିବାକୁ ମିଳିଛି।

ଗତ ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ରାନ୍ତ ଯୋଗୁ ୫୪୭ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରୁ ପାଖାପାଖି ୮୦% (୭୯.୩୪%) ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଠାବ କରାଯାଇଛି।

ଦେଶରେ ଦିନକରେ ପ୍ରାଣ ହରାଇଥିବା ନୂଆ କରୋନା ରୋଗୀଙ୍କ ୨୨.୩% ମହାରାଷ୍ଟ୍ରରୁ ରହିଛି। ରାଜ୍ୟରେ ୧୨୨ ନୂଆ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି। ସେହିଭଳି ୨୪ ଘଣ୍ଟାରେ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ ୧୦୪ ଓ ୫୪ ଲୋକଙ୍କ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.