Home Coronavirus Outbreak ଜୁଲାଇ ୩୧ ସୁଦ୍ଧା କେବଳ ଦିଲ୍ଲୀରେ ସାଢ଼େ ପାଞ୍ଚ ଲକ୍ଷ କରୋନା ଆକ୍ରାନ୍ତ ହେବେ

ଜୁଲାଇ ୩୧ ସୁଦ୍ଧା କେବଳ ଦିଲ୍ଲୀରେ ସାଢ଼େ ପାଞ୍ଚ ଲକ୍ଷ କରୋନା ଆକ୍ରାନ୍ତ ହେବେ

322

– ସେଥିପାଇଁ ଆବଶ୍ୟକ ୮୦,୦୦୦ ଶଯ୍ୟା ଆବଶ୍ୟକ ହେବ : ମନୀଷ ସିସୋଦିଆ

ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ଦିଲ୍ଲୀରେ କରୋନା ଭୂତାଣୁକୁ ନେଇ ସରକାରୀ ସ୍ଥରରେ ଏକ ବୈଠକ ବସିଥିଲା। ଏହି ବୈଠକ ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ଦିଲ୍ଲୀରେ କୌଣସି ସାମାଜିକ ବିସ୍ତାର ହୋଇ ନାହିଁ ତେଣୁ ଏହାକୁ ନେଇ ଆଲୋଚନା ହେବା ପରେ ଏହାର ଆବଶ୍ୟକତା ନାହିଁ ବୋଲି କୁହାଯାଇଥିଲା। ତେବେ ଦିଲ୍ଲୀରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଜୁନ୍ ୧୫ ସୁଦ୍ଧା ଦିଲ୍ଲୀରେ ୪୪,୦୦୦ ଆକ୍ରାନ୍ତ ହେବେ ଏବଂ ୬୬୦୦ ଶଯ୍ୟା ଆବଶ୍ୟକ ହେବ।

ଖବର ଅନୁଯାୟୀ, ସିସୋଦିଆ କହିଛନ୍ତି ଯେ ଜୁନ୍ ୩୦ ସୁଦ୍ଧା ୧ ଲକ୍ଷ ଆକ୍ରାନ୍ତ ହେବେ ଏବଂ ୧୫, ୦୦୦ ଶଯ୍ୟା ଆବଶ୍ୟକ ହେବ। ଜୁଲାଇ ୧୫ ସୁଦ୍ଧା ୨ ଲକ୍ଷ ୧.୨୫ ଲକ୍ଷ ଆକ୍ରାନ୍ତ ଏବଂ ୩୩୦୦୦ ଶଯ୍ୟା ଆବଶ୍ୟକ ଥିବାବେଳେ ୩୧ ଜୁଲାଇ ସୁଦ୍ଧା ୫.୫ ଲକ୍ଷ ଆକ୍ରାନ୍ତ ଏବଂ ୮୦ ହଜାର ଶଯ୍ୟା ଆବଶ୍ୟକ ହେବ।

ସୂଚନାଯୋଗ୍ୟଯେ, ମଙ୍ଗଳବାରଦିନ ସକାଳେ ଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨, ୬୫, ୦୦୦ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯,୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ ଦେଶରେ ୨,୬୬,୫୯୮ କରୋନା ରୋଗୀ ଅଛନ୍ତି। ଏଥିସହ ୭,୪୬୬ ଜଣଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.