Home ଓଡ଼ିଶା Burning Train: ଟ୍ରେନରେ ୨୨୦୦ ଲିଟର ଡିଜେଲ ଥିଲା ଏବଂ ନିଆଁ ଯାତ୍ରୀ ଡବା ପର୍ଯ୍ୟନ୍ତ...

Burning Train: ଟ୍ରେନରେ ୨୨୦୦ ଲିଟର ଡିଜେଲ ଥିଲା ଏବଂ ନିଆଁ ଯାତ୍ରୀ ଡବା ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା

3117

ରାଜସ୍ଥାନ ୫-୫ (ଓଡ଼ିଆ ପୁଅ) ରାଜସ୍ଥାନର ସବୁଠାରୁ ଗରମ ଅଞ୍ଚଳରେ ଚୁରୁରେ ବର୍ତ୍ତମାନ ଦିନର ତାପମାନ ୪୫ ଡିଗ୍ରୀ ପହଁଞ୍ଚିଛି ଏବଂ ରବିବାର ସକାଳେ ଏକ ଯାତ୍ରୀବାହୀ ଟ୍ରେନର ଇଞ୍ଜିନ୍ ରେ ନିଆଁ ଲାଗିଯାଇଇଥିଲା। ସିକରରୁ ଚୁରୁ ଯାତ୍ରା କରୁଥିବା ଏହି ଟ୍ରେନର ଇଞ୍ଜିନ୍ ରେ ଯେତେବେଳେ ନିଆଁ ଲାଗିଲା, ସେତେବେଳେ ସେଥିରେ ୨୨୦୦ ଲିଟର ଡିଜେଲ ଥିଲା ଏବଂ ନିଆଁ ବଢ଼ି –ବଢ଼ି ଯାତ୍ରୀ ଡବା ପର୍ଯ୍ୟନ୍ତ ପହଁଞ୍ଚିଯାଇଥିଲା। ଧୂଆଁ ଉଠିବା ଦେଖି, ନିଆଁର ଖବର ପରେ ଟ୍ରେନରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ଏହି ଟ୍ରେନର ଜରୁରୀକାଳୀନ ବ୍ରେକ ଲଗାଇବାପରେ ସାଥିରେ ଯାତ୍ରୀମାନେ ଜୀବନ ବଞ୍ଚାଇ ଟ୍ରେନରୁ ବାହରକୁ ଜେଇଁବାରେ ଲାଗିଲେ। ଅବସ୍ଥା ସେତେବେଳେ ବିଗିଡ଼ିଗଲା ଯେତେବେଳେ ଟ୍ରେନରେ ଫାୟାର ଫାଇଟିଙ୍ଗ ସିଷ୍ଟମ କାମକଲାନାହିଁ।

ସିକର ରୁ ଚୁରୁ ଯାତ୍ରା କରୁଥିବା ଏହି ଯାତ୍ରୀବାହୀ ଟ୍ରେନ ନିୟମିତ ରୁଟରେ ଚୁରୁ ଆଡ଼କୁ ଯାତ୍ରା କରୁଥିଲା। ଏଥିରେ ପ୍ରାୟତଃ ୯ ଟା ସମୟରେ ଟ୍ରେନ ଚୁରୁ ର ବିସାଉ ରେଲୱେ ଷ୍ଟେସନରେ ପହଁଚି ଥିଲା। କିଛି ସମୟ ପରେ ପ୍ରାୟତଃ ୩ କିଲୋମିଟର ଦୂରରେ ଟ୍ରେନ ର ଇଞ୍ଜିନ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ସୂଚନା ପାଇ ଚାଳକ ଦଳ ଟ୍ରେନ ରୋକିବାପାଇଁ ଜରୁରୀକାଳୀନ ବ୍ରେକ ଲଗାଇ ଯାତ୍ରୀମାନଙ୍କୁ ବାହାରକୁ କାଢ଼ିବା ଆରମ୍ଭ କରିଦେଇଥିଲେ ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ।

ଚାଳକ ଦଳ ସ୍ଥାନୀୟ ପ୍ରଶାସନର ସହାୟତା ମାଗି ଚୁରୁ ଏବଂ ଝୁନ୍ଝୁନନ୍ର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ବହୁତ କସରତ ପରେ ଇଞ୍ଜିନ୍ ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ କୌଣସି ମଧ୍ୟ ଯାତ୍ରୀଙ୍କର ହତାହତ ହେବାର ସୂଚନା ନାହିଁ। ଦୁଘଟଣା ସମୟରେ ଟ୍ରେନରେ ଶତାଧିକ ଯାତ୍ରୀ ଯାତ୍ରା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.