Home ଓଡ଼ିଶା ଲକ୍‌ଡାଉନ୍ ଉଲ୍ଲଂଘନ କରି ୩ ଗିରଫ

ଲକ୍‌ଡାଉନ୍ ଉଲ୍ଲଂଘନ କରି ୩ ଗିରଫ

284

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ରହଣିଆ ଗ୍ରାମରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ଜନିତ ସରକାରୀ ଲକ୍‌ଡାଉନ୍ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୁଲିସ୍ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏଏସ୍‌ଆଇ ଗୌରମଣି ସିଂହଙ୍କ ନେତୃତ୍ୱରେ ଏନ୍‌ଫୋର୍ସମେଣ୍ଟ ଓ ପାଟ୍ରୋଲିଂ ପୁଲିସ୍ ଦଳ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଂପୃକ୍ତ ଗ୍ରାମର ସମରେନ୍ଦ୍ର ଦାସ ଓ ବସନ୍ତ କୁମାର ମାଝୀ ସନ୍ଧ୍ୟା ୬.୪୫ ରେ ଦୋକାନ ଖୋଲାକରି ବେଆଇନ୍ ଭାବେ ବିକ୍ରୟ କରୁଥିବାରୁ ସେମାନଙ୍କ ସମେତ ପ୍ରତାପ କୁମାର ନାୟକ ନାମକ ଜଣେ କ୍ରେତାଙ୍କୁ ମଧ୍ୟ ଗିରଫ କରିଛି। ଏହି ଘଟଣାରେ ଏଏସ୍‌ଆଇ ଶ୍ରୀମତୀ ସିଂହଙ୍କ ଅଭିଯୋଗ କ୍ରମେ ଥାନାରେ ୬୪/୨୦ ନଂ ମାମଲା ରୁଜୁ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.