Home କେନ୍ଦୁଝର କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ବିଜେପି

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ବିଜେପି

220

ହାଟଡ଼ିହି-୨୮/୪, ବର୍ତ୍ତମାନ ପରିସ୍ଥିତିରେ କରୋନା ଯୁଦ୍ଧରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଥିବା ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନଙ୍କୁ ବିଜେପି ପକ୍ଷରୁ ସମ୍ମାନୀତ କରାଯାଇଛି । ଆଶା ଓ ଅଙ୍ଗନବାଡି କର୍ମୀମାନେ ଦିନରାତି କରୋନା ବିରୁଦ୍ଧରେ ଲଢ଼େଇ ଜାରି ରଖିଥିବାବେଳେ ସେମାନଙ୍କ ଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ଅନେକ ଉପକୃତ ହୋଇପାରିଛନ୍ତି । ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡାକରାରେ ପ୍ରତି ପଞ୍ଚାୟତର ଆଶା, ଅଙ୍ଗନବାଡି କର୍ମୀ ଓ ଅନ୍ୟ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯିବ । ଏହି କ୍ରମରେ ଆଜି ବରିଷ୍ଠ ବିଜେପି ନେତା ଆଲୋକ ସେଠୀ ହାଟଡିହିର ଅଙ୍ଗନବାଡି କର୍ମୀ ସୁକାନ୍ତୀ ବେହେରା, ସୀତା ମଣ୍ଡଳ ଓ ଆଶା କର୍ମୀ ରମାମଣୀ ମହାନ୍ତିଙ୍କୁ ପ୍ରଶସ୍ତିପତ୍ର ଦେବା ସେମାନଙ୍କ ସୁରକ୍ଷା ପାଇଁ ଛତା, ସାନିଟାଇଜର ଦେଇ ସମ୍ମାନୀତ କରିଛନ୍ତି । ସେହିପରି ବଞ୍ଚୋ ପଞ୍ଚାୟତରେ ବରିଷ୍ଠ କର୍ମକର୍ତ୍ତା ଜ୍ଞାନ ରଞ୍ଜନ ସାମାନ୍ତ ସିଂହାର ଓ ମଧୁସୁଦନ ରାଉତଙ୍କ ଦ୍ୱାରା ବଞ୍ଚୋ ଗ୍ରାମପଞ୍ଚାୟତର ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ପ୍ରଶସ୍ତିପତ୍ର ସହିତ ସାନିଟାଇଜର ଓ ଛତା ଦିଆଯାଇ ସମ୍ମାନୀତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.