Home ଓଡ଼ିଶା ୯ମାସ ପରେ ଝଙ୍କଡ଼ପୀଠରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ

୯ମାସ ପରେ ଝଙ୍କଡ଼ପୀଠରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ

24

ତିର୍ତ୍ତୋଲ, ୧୫/୧ (ଓଡ଼ିଆ ପୁଅ/ଟୁକନ ସେଠୀ)- କରୋନା ମହାମାରୀ ପାଇଁ ଦିର୍ଘ ୯ମାସ ଧରି ସମସ୍ତ ଦେବାଦେବୀ ପୀଠରେ ଶ୍ରଦ୍ଧାଳୁମାନଙ୍କର ଦେଖାନଥିବା ବେଳେ ଆଜି ପବିତ୍ର ମକର ସଂକ୍ରାନ୍ତିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡର ମାଶାରଳା ମନ୍ଦିରରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ। ଜିଲ୍ଲା ପ୍ରଶାସନର କଟକଣା ଯୋଗୁଁଁ ମୁଖ୍ୟଫାଟକ ବନ୍ଦଥିଲେ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ ଓ ଭକ୍ତିନୈବେଦ୍ୟ ଅର୍ପଣ ପାଇଁ ଭିଡ କରିଥିବା ଦେଖିବାକୁ ମିଳିଥିଲା। ଚଳିତମାସ ୩ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରର ମୁଖ୍ୟଫାଟକ ଖୋଲାଯାଇ କରୋନା କଟକଣା ନିତିନିୟମ ଅନୁଯାୟୀ ବାରିଗେଟ୍ ମାଧ୍ୟମରେ ଶ୍ରଦ୍ଧାଳୁମାନେ ନିଜର ପରିଚୟପତ୍ର ଦେଖାଇ ମାଶାରଳାଙ୍କୁ ଦର୍ଶନ କରିବାରେ ସୁଯୋଗ ପାଇଥିଲେ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଜିକରଣ ନକରିବା ଓ ବାରିଗେଟ୍ ମାଧ୍ୟମରେ ମାଙ୍କୁ ଦର୍ଶନ କରିବା ପାଇଁ ନିଷେଧ କରାଯାଇଥିଲା। କରୋନା ମହାମାରୀ ସମୟରେ ପଣାସଂକ୍ରାନ୍ତି, ଧନୁସଂକ୍ରାନ୍ତି, ଇଂରାଜୀ ନବବର୍ଷ, ଚଚନ୍ଦନଯାତ୍ରା ସମେତ ମାଙ୍କର ଅନ୍ୟପର୍ବ ପର୍ବାଣୀକୁ ମନ୍ଦିରରେ ନିତିନିୟମ ଅନୁଯାୟୀ ପାଳନ କରାଯାଇଥିଲେ ମଧ୍ୟ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଆଜି ଦିନ ୧୧ଘଣ୍ଟା ୧୫ମିନିଟ ରୁ ମକର ସଂକ୍ରାନ୍ତି ପାଇଁ ମାଙ୍କର ବେଢା ପରିକ୍ରମା ସମୟରେ ୧୨ଟା ପର୍ଯ୍ୟନ୍ତ ମୁଖ୍ୟଦ୍ୱାର ଖୋଲାଯାଇଥିଲା। ବେଢା ପରିକ୍ରମା ପରେ ମାଙ୍କ ନିକଟରେ ମକର ଚାଉଳ ଭୋଗ କରାଯାଇଥିଲା। ପ୍ରାତଃରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୂରଦୂରାନ୍ତରୁ ଭକ୍ତ ଶ୍ରଦ୍ଧାଳୁମାନେ ମୁଖ୍ୟଫାଟକ ନିକଟରେ ଥିବା ଦେଳାବେଦୀ ନିକଟରେ ମାଙ୍କୁ ଦର୍ଶନକରି ଆଶୀର୍ବାଦ ଭିକ୍ଷା କରିଥିଲେ। ଯାହାକି କରୋନା କଟକଣା ପରେ ଆଜି ଶ୍ରଦ୍ଧାଳୁମାନଙ୍କର ମାଙ୍କ ପୀଠରେ ଅସମ୍ଭବ ଭିଡକୁ ପ୍ରମାଣିତ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.